ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ, ୫ ଜିଲ୍ଲାରେ ପ୍ରବଳ ବର୍ଷା

ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ, ୫ ଜିଲ୍ଲାରେ ପ୍ରବଳ ବର୍ଷା

ଗଭୀର ଅବପାତର ରୂପ ନେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ପ୍ରଭାବରେ ପୁରୀ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଦକ୍ଷିଣପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ଆଜି ୨୦ରୁ ଅଧିକ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ପବନର ବେଗ ଘଂଟା ପ୍ରତି ୫୦ରୁ ୭୦ କିଲୋମିଟର ରହିବ । ସେଥିପାଇଁ ସମସ୍ତ ବନ୍ଦର ପାଇଁ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଫଳରେ ୧୭ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା ପାଇଁ କୁହାଯାଇଛି । ଲଘୁଚାପ ଗଭୀର ଅବପାତର ରୂପ ନେଇ ପଶ୍ଚିମ-ଉତରପଶ୍ଚିମ ଦିଗରେ ଗତି କରିବ । ପରେ ଉତରପଶ୍ଚିମ ଦିଗରେ ଗତି କରି ଆଜି ପଶ୍ଚିମକେନ୍ଦ୍ରୀୟ-ବଙ୍ଗୋପସଗର ଆନ୍ଧ୍ର ଉପକୂଳମୁହାଁ ହୋଇ ଗଭୀର ଅବପାତର ରୂପ ନେବା ସମ୍ଭାବନା ରହିଛି । ପରବର୍ତୀ ସମୟରେ ଏହା ଦିଗ ପରିବର୍ତନ ସହ ଉତର-ଉତର-ପୂର୍ବ ଦିଗରେ ଗତି ୧୭ ତାରିଖ ବେଳକୁ ଉତର-ପଶ୍ଚିମ ବଙ୍ଗୋପସାଗରରେ ସମୁଦ୍ର ମଧ୍ୟରେ ଓଡ଼ିଶା ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଆଜି ଏବଂ କାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ପୁରୀ, ଜଗତସିଂହପୁର, ଗଞ୍ଜାମ, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ଖୋର୍ଦ୍ଧା, ଭଦ୍ରକ, ଯାଜପୁର, ବାଲେଶ୍ୱର, ଗଜପତି, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା ଜିଲ୍ଲାରେ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ୧୭ ତାରିଖରୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ଏବେ ଯେପରି ଶୀତ ଜାରି ରହିଛି, ଆଗାମୀ ୪ରୁ ୫ ଦିନ ଏପରି ଶୀତ ଅନୁଭୂତ ହେବ ।

author

Related Articles

Leave a Reply

Your email address will not be published. Required fields are marked *