ଚିନ୍ତାରେ ସାହାର ଜମାକାରୀ , ସୁବ୍ରତଙ୍କ ଦେହାନ୍ତ ପରେ ଆଉ ମିଳିବ କି ସାହାରା ଟଙ୍କା

ଚିନ୍ତାରେ ସାହାର ଜମାକାରୀ , ସୁବ୍ରତଙ୍କ ଦେହାନ୍ତ ପରେ ଆଉ ମିଳିବ କି ସାହାରା ଟଙ୍କା

ଏବେ ଚିନ୍ତାରେ ଅଛନ୍ତି ସାହାରା ଜମାକାରୀ ଲୋକ । ସାହାରା ଗ୍ରୁପ ମୁଖ୍ୟ ସୁବ୍ରତ ରାୟଙ୍କ ଦେହାନ୍ତ ପରେ ଚିନ୍ତାରେ ଜମାକାରି । ସେବି ପାଖରେ ଥିବା ସାହାରା ଗ୍ରୁପର ୨୫ ହଜାର କୋଟି ଟଙ୍କା କାହାକୁ ଦିଆଯିବ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଟଙ୍କାର କେହି ଦାବିଦାର ନଥିବା ବେଳେ କିପରି ଜମାକାରି ଟଙ୍କା ଫେରିପାଇବେ ତାକୁ ନେଇ ନେଇ ଆଲୋଚନା ହେଉଛି । ସାହାରା ଗ୍ରୁପ ବିଭିନ୍ନ ଯୋଜନା ଜରିଆରେ ଜମାକାରୀଙ୍କ ଠାରୁ କୋଟି କୋଟି ଟଙ୍କା ନେଇଥିବା ବେଳେ କୋର୍ଟରେ ଏବେ ମାମଲା ଚାଲିଛି । ୨୦୧୧ ରେ ସେବି ସାହାରା ଗ୍ରୁପର ସଂସ୍ଥା ସାହାରା ଇଣ୍ଡିଆ ରିୟଲ ଟେଷ୍ଟ କୋଅପରେସନ ଏବଂ ସାହାରା ହାଉସିଂ ଇନଭେଷ୍ଟମେଂଟ କୋଅପରେସନକୁ ଜମାକାରିଙ୍କ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ସୁପ୍ରିମକୋର୍ଟ ସେବିର ନିର୍ଦ୍ଦେଶ ଉପରେ ରୋକ ଲଗାଇବା ସହ ଏନଫୋର୍ସମେଂଟ ସେଲ ଗଠନ କରିଥିଲେ । କିପରି ଜମାକାରୀ ଟଙ୍କା ଫେରିପାଇବେ ତାର ଦାୟୀତ୍ୱ ଏନଫୋର୍ସମେଂଟ ସେଲକୁ ଦିଆଯାଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *