୨୦ରେ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

୨୦ରେ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଚଳିତମାସ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଓ ୨୬ରୁ ୨୭ ତାରିଖ ଦ୍ୱିତୀୟ ପର୍ଯ୍ୟାୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ଗସ୍ତ କରିବେ । ରାଷ୍ଟ୍ରପତିଙ୍କ ଏହି ୫ଦିନ ଗସ୍ତ କାର୍ଯ୍ୟକୁ ଶୃଙ୍ଖଳିତ ଓ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ନଭେମ୍ବର ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଷ୍‌ଟ୍ରପତି ମୟୁରଭଞ୍ଜ, ଝାରସୁଗୁଡା, ସମ୍ବଲପୁର ଜିଲ୍ଲ ଗସ୍ତ କରି କାର୍ଯ୍ୟକ୍ରମ ଥିବା ବେଳେ ୨୬ ତାରିଖ ଅପରାହ୍ନରେ ଭୁବନେଶ୍ୱର ଓ ୨୭ ତାରିଖେ ପାରାଦୀପ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ସବୁ ଉତ୍ସସ୍ଥଳରେ ନିରବଚ୍ଛନ୍ନ ବିଦ୍ୟୁତ ସେବା ସହିତ ଜେନେରେଟର ବ୍ୟବସ୍ଥା କରାଯିବ । ରାଷ୍ଟ୍ରପତିଙ୍କୁ ନେବା, ରହଣି, ସୁରକ୍ଷା ବ୍ୟବସ୍ଥା, କାରକେଡ ବ୍ୟବସ୍ଥା ଆଦି ସମସ୍ତ ସୁବିଧା ଉପରେ ଆଲୋଚନା କରାଯାଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *