ରାଉଲକେଲା ଶୁଭ ଇସ୍ପାତ କାରଖାନାରେ ବିସ୍ପୋରଣ

ରାଉଲକେଲା ଶୁଭ ଇସ୍ପାତ କାରଖାନାରେ ବିସ୍ପୋରଣ


ରାଉଲକେଲା ଶୁଭ ଇସ୍ପାତ କାରଖାନାରେ ବଡ ଧରଣର ବିସ୍ପୋରଣ ଗତକାଲି ରାତିରେ ଘଟିଛି | କଳୁଙ୍ଗ ଆଇଡ଼ିସି ଶିଳ୍ପାଂଚଳରେ ଆଜି ଭୋର ସାଢେ ଚାରିଟାରେ ବିସ୍ପୋରଣ ଘଟିଛି, ବିସ୍ପୋରଣ ପରେ ଥରି ଉଠିଲା ଆଖପାଖ ଅଂଚଳ | ଗ୍ୟାସ ପାଇପ ଲିକରୁ ବିସ୍ପୋରଣ ହେଇଥିବା ସୂଚନା ମିଳିଛି | ବିସ୍ପୋରଣରେ ଜଣେ ଶ୍ରମିକ ମୃତ, ୨ ଶ୍ରମିକ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି | ମୃତ ଶ୍ରମିକ ହେଉଛନ୍ତି ଯାଜପୁରର ଚିନ୍ମୟ ବେହେରା | ଅନ୍ୟ ୨ଜଣ ଗୁରୁତରଙ୍କୁ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି | ୨ଜଣ ଗୁରୁତର ଶ୍ରମିକ ହେଉଛନ୍ତି ବେଦବ୍ୟାସ ବଲଣ୍ଡାର ପରମେଶ୍ୱେର କିଷାନ ଓ ବିହାରର ଅଭିଷେକ କୁମାର | ଅନ୍ୟ ଶ୍ରମିକମାନେ ଏହି ବିସ୍ପୋରଣରୁ ବର୍ତି ଯାଇଛନ୍ତି | ଏହି ଇସ୍ପାତ କାରଖାନାରେ ୧୦୦ରୁ ଅଧିକ ଶ୍ରମୀଙ୍କ କାମ କରନ୍ତି| ଏନେଇ ବ୍ରାହ୍ମଣୀ ତରଙ୍ଗ ପୋଲିସ ଘଟଣାର ତଦନ୍ତ କରୁଛି |

author

Related Articles

Leave a Reply

Your email address will not be published. Required fields are marked *