ଆଜି ହେବନି ନାଟମଣ୍ଡପ ମରାମତି କାମ

ଆଜି ହେବନି ନାଟମଣ୍ଡପ ମରାମତି କାମ


ଆଜି ହେବନି ନାଟମଣ୍ଡପ ମରାମତି କାମ । ଆଜି ହେବାକୁ ଥିବା ମରାମତି କାମକୁ ସ୍ଥଗିତ ରଖିଛି ଏଏସ୍ଆଇ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ବସିବାକୁ ଥିବା ବୈଠକରେ ନାଟମଣ୍ଡପ ମରାମତି ନେଇ ଆଲୋଚନା ହେବ । ଏବେ କାର୍ତ୍ତିିକ ମାସ ଯୋଗୁଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ହେଉଛି। ତେବେ ନାଟମଣ୍ଡପ ମରାମତି ପାଇଁ ଗରୁଡଙ୍କ ପାଖରୁ ଭିତର କାଠ ପର୍ଯ୍ୟନ୍ତ ଲୁହାଭାର ବନ୍ଧାଯିବ | ତେଣୁ ଏହି ସମୟରେ ମରାମତି ହେବା ସମ୍ଭବପର ନୁହେଁ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଅନୁମତି ଲୋଡିଛି ଏଏସଆଇ | ଦିନକୁ ୬ଘଣ୍ଟା ଲେଖାଏଁ କାର୍ଯ୍ୟକରି ୧୨୦ ଦିନରେ କାର୍ଯ୍ୟ ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦେଶ ରହିଥିବା ବେଳେ କେଉଁ ସମୟରେ ମରାମତି କାର୍ଯ୍ୟ କରିବାକୁ ଏଏସଆଇକୁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେବ ତା ଉପରେ ଅପରାହ୍ନରେ ହେବାକୁ ଥିବା ବୈଠକରେ ଆଲୋଚନା ହେଇପାରେ |

author

Related Articles

Leave a Reply

Your email address will not be published. Required fields are marked *