କେମିତି ଓଡିଶା ଆସିଲେ ଭିକେ ପାଣ୍ଡିଆନ ?

କେମିତି ଓଡିଶା ଆସିଲେ ଭିକେ ପାଣ୍ଡିଆନ ?

ନିକଟରେ ସ୍ୱଚ୍ଛାକୃତ ଭାବେ ସରକାରୀ ଚାକିରୀରୁ ଅବସର ନେଇଥିବା ଭିକେ ପାଣ୍ଡିଆନ ଏବେ ରାଜନୀତିରେ ପାଦ ଥାପିବାକୁ ବସିଲେଣି । । ଅବସର ପରେ ବିଜେଡି ଦଳ ତାଙ୍କୁ ୫ଟି ଅଧ୍ୟକ୍ଷ ଓ କ୍ୟାବିନେଟର ପାହ୍ୟା ଦେଇଛନ୍ତି । ଜଣେ ଅଣ ଓଡିଆ ହୋଇଥିବା ପାଣ୍ଡିଆନ କେମିତି ଓଡିଶାକୁ ଆସିଲେ ତାହା ସମସ୍ତଙ୍କ ମନରେ ଥିବ । ତେବେ କିଏ ଏହି ପାଣ୍ଡିଆନ ? ତେବେ ଜାତୀୟ ଗଣମାଧ୍ୟମର ସୂଚନାନୁସାରେ ୨୦୦୨ ମସିହାରେ ନବୀନଙ୍କ ପାଖକୁ ମସୁରୀର ଲାଲ ବାହାଦୂର ଶାସ୍ତ୍ରୀ ଏକାଡେମୀରୁ କଲ ଆସିଥିଲା । ଏହି କଲ ଥିଲା ଏଠାକାର ନିର୍ଦ୍ଦେଶକ ୱଜାହାଦ ହବିବୁଲ୍ଲାଙ୍କର । ଏହି ହବିବୁଲ୍ଲା ହେଉଛନ୍ତି ନବୀନ ପଟ୍ଟନାୟକଙ୍କ ସ୍କୁଲ ମେଟ । ସେ ଭିକେ ପାଣ୍ଡିଆନଙ୍କୁ ଓଡିଶାର ଆଇଏସ ଭାବେ ନିୟୋଜିତ କରିବା କଥା କହିଥିଲେ । ଏହା ସହ ପାଣ୍ଡିଆନଙ୍କ ପ୍ରଶଂସା କରି କହଥିଲେ ସେ ଲେଖାଲେଖି ଓ ସାହିତ୍ୟ ପ୍ରତି ଆକୃଷ୍ଟ ଅଛନ୍ତି । ତେବେ ତାମିଲନାଡୁର ବାସିନ୍ଦା ହୋଇଥିବା ପାଣ୍ଡିଆନ ପଞ୍ଜାବ କ୍ୟାର୍ଡରର ଆଇଏସ ଅଫିସର । ନିଜ ବ୍ୟାଚମେଟ୍ ଓଡିଆ ଝିଅ ସୁଜାତାଙ୍କୁ ବିବାହ କରିଥିଲେ । ୨୦୦୨ ମସିହାରେ କଳାହାଣ୍ଡିର ସବ କଲେକ୍ଟର ଭାବେ ଯୋଗ ଦେଇଥିଲେ ଭିକେ ପାଣ୍ଡିଆନ । ସେବେ ଠାରୁ ଆଜି ପର୍ଯ୍ୟନ୍ତ ବିଜେଡି ସରକାର ପ୍ରତି ନିଜର ଦକ୍ଷତା ଓ ବିଶ୍ୱସ୍ଥ ହୋଇଛନ୍ତି

author

Related Articles

Leave a Reply

Your email address will not be published. Required fields are marked *