ଆଜି ନନ୍ଦନକାନନରେ ଉଦଘାଟନ ହେବ ରୋପୱେ

ଆଜି ନନ୍ଦନକାନନରେ ଉଦଘାଟନ ହେବ ରୋପୱେ

ଆଜି ନନ୍ଦନକାନନରେ ଉଦଘାଟନ ହେବ ରୋପୱେ | ଆଜି ଉଦଘାଟିତ ହେବ ବହୁ ପ୍ରତିକ୍ଷିତ ନନ୍ଦନକାନକନ ରୋପୱେ | ଆଜି ଅପରାହ୍ନରେ ନୂତନ ରୋପୱେର ଉଦଘାଟନ କରିବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ |

ନନ୍ଦନକାନନରୁ ବଟାନିକାଲ ଗାର୍ଡେନକୁ ୬୨୬ ମିଟର ରୋପୱେର ଦୂରତା ରହିଛି, ରୋପୱେରେ ୧୨ ଟି କେବିନ ରହିଛି ଏବଂ ପ୍ରତି କେବିନରେ ୬ଜଣ ପର୍ଯ୍ୟଟକ ବସିବାର ବ୍ୟବସ୍ଥା କରାଯାଇଛି | ବଟାନିକାଲ ଗାର୍ଡେନ ସହ କାଞ୍ଜିଆ ହ୍ରଦର ମଜା ନେଇପାରିବେ ପର୍ଯ୍ୟଟକ |୨୦୨୧ ମସିହା ଅକ୍ଟୋବର ୮ତାରିଖରେ ବିଭାଗୀୟ ମନ୍ତ୍ରୀ ତତ୍କାଳୀନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ | ପୂର୍ବରୁ ୧୯୯୪ ମସିହାରେ ଆରମ୍ଭ ହୋଇଥିବା ରୋପୱେ ବିଭିନ୍ନ ସମୟରେ ଯାନ୍ତିକ ତ୍ରୁଟି ସହ ୨୦୧୦ -୧୧ ରେ ୨ଥର ଦୁର୍ଘଟଣା ହେବାରୁ୨୦୧୧ ମସିହା ପରଠାରୁ ଏହି ରୋପୱେ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଥିଲା | ଆଜିଠାରୁ ପର୍ଯ୍ୟଟକମାନେ ରୋପ୍‌ ୱେର ମଜା ନେଇପାରିବେ |

author

Related Articles

Leave a Reply

Your email address will not be published. Required fields are marked *