ପୋଡି ମାରିବା ଘଟଣାରେ ୧୭ଜଣଙ୍କୁ ଆଜୀବନ ଜେଲ

ପୋଡି ମାରିବା ଘଟଣାରେ ୧୭ଜଣଙ୍କୁ ଆଜୀବନ ଜେଲ

ଆଇନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୁରିସାଇରେ ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ପୋଡି ମାରିବା ଘଟଣାରେ ଅଭିଯୁକ୍ତମାନଙ୍କୁ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି ।ସୂଚନା ଅନୁଯାୟୀ ଗତ ୨୦୨୦ ମସିହା ଜୁଲାଇ ୭ ତାରିଖ ରାତିରେ କଳିଙ୍ଗନଗର ଥାନା ନିମପଲି ଗାଁ ସୁରିସାଇ ସ୍ଥିତ ନିଜ ଘରେ ଦମ୍ପତି ଶୈଳ ବାଲମୁଜ୍ ଓ ସମ୍ବାରି ବାଲମୁଜ୍ ଖାଇପିଇ ଶୋଇଥିଲେ । ହଠାତ ବିଳମ୍ବିତ ରାତିରେ ସେହି ଗାଁର କିଛି ଯୁବକ ଶୈଳ ବାଲମୁଜ୍ଙ୍କ ଘରେ ପଶି କାହିଁକି ଗୁଣିଗାରେଡି କରୁଛ କହି ବାଡାବାଡ଼ି କରିବା ସହିତ ଘରେ ନିଆଁ ଲଗେଇ ଦେଇଥିଲେ । ଫଳରେ ଦମ୍ପତି ଦୁଇଜଣ ଆଉ ଘରୁ ବାହାରି ନପାରି ଜିଅନ୍ତା ପୋଡିଯାଇ ମୃତ୍ୟୁ ବରଣ କରିଥିଲେ । ତେବେ ଏହି ଘଟଣାର ତଦନ୍ତ କରି କଳିଙ୍ଗନଗର ପୋଲିସ କେଶ ନମ୍ବର ୧୧୫/୨୩ରେ ଏକ ମାମଲା ରୁଜୁ କରି ୧୭ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ । ତେବେ ଏହି ୧୭ ଜଣଙ୍କୁ ନ୍ୟାୟଳୟ ତରଫରୁ ଆଜୀବନ ଦଣ୍ଡାଦେଶ ଶୁଣାଯାଇଛି । ଏହି ନିଷ୍ପତ୍ତି ନେଇଛନ୍ତି ଯାଜପୁରରୋଡ୍ ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ ।

author

Related Articles

Leave a Reply

Your email address will not be published. Required fields are marked *