ସନ୍ଦୀପ ଚୌଧରୀ ଗିରଫ

ସନ୍ଦୀପ ଚୌଧରୀ ଗିରଫ


‘ୟଶ ୱାର୍ଲଡ’ କ୍ରିପ୍ଟୋ ଟୋକନ ମୁଖ୍ୟ ସନ୍ଦୀପ ଚୌଧରୀ ଗିରଫ | ଅଭିଯୁକ୍ତ ଚୌଧରୀକୁ ରାଜସ୍ଥାନର ଜୟପୁର ବିମାନବନ୍ଦରରୁ ଗିରଫ କରିଛି EOW | ସେ ୧୫ ତାରିଖ ଦିନ ଭାରତରୁ ଦୁବାଇ ଖସି ଯିବା ପାଇଁ ଉଦ୍ୟମ ବେଳେ ସନ୍ଦୀପଙ୍କୁ ଧରିଲା EOW | ରାଜସ୍ତାନ ଝୁନଝୁନୁରେ ସନ୍ଦୀପଙ୍କ ଘର | ବ୍ୟୁରୋ ଅଫ ଇମିଗେର୍ସନ ଅଭିଯୋଗ କ୍ରମେ ବିରୋଧରେ ଜାରି ହୋଇଥିଲା ଲୁକ୍ ଆଉଟ୍ ନୋଟିସ | ଓଡ଼ିଶାର EOW ଟିମ ଜୟପୁରୁରୁ ଗିରଫ କରି ସନ୍ଦୀପଙ୍କୁ ୫ ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ଆଣୁଛି | EOW ଏହି ମାମଲାରେ ୟଶ ୱାର୍ଲଡ ଓଡ଼ିଶାର ଦୁଇ ସଦସ୍ୟ ବସନ୍ତ କୁମାର ପ୍ରଧାନ ଓ ମନୋଜ କୁମାର ପଟନାୟକକୁ ଗିରଫ କରିଥିଲା EOW | ପୁରୀର ସ୍ୱାଗତ ନାୟକଙ୍କ ଅଭିଯୋଗ ଆଧାରରେ ଗିରଫ କରିଛି EOW | ସ୍ୱାଗତଙ୍କ ଠାରୁ ୮୫ ହଜାର ଠକେଇ କରିଥିଲେ ଅଭିଯୁକ୍ତ | ଦେଶରେ ଏହାର ଠକେଇର ଶିକାର ହୋଇଛନ୍ତି ଅଢେଇ ଲକ୍ଷରୁ ଅଧିକ ଲୋକ | ଓଡିଶା ସହ ଏକାଧିକ ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କୁ ଠକିଛି ଏହି ସଂସ୍ଥା | ଭୁବନେଶ୍ୱର ,ଖୋର୍ଦ୍ଧା
,ଭଦ୍ରକ,କେନ୍ଦ୍ରାପଡା ,ନୟାଗଡ , ଜଗସିଂହପୁରରେ ଅପରେଟ ୟଶ ୱାର୍ଲଡ| କ୍ରିପ୍ଟୋ କଏନ, ପୋଞ୍ଜି ଜରିଆରେ ଲୋକଙ୍କୁ ଠକୁଥିଲେ |

author

Related Articles

Leave a Reply

Your email address will not be published. Required fields are marked *