କାର୍ତ୍ତିକ ପୂର୍ଣ୍ଣିମା ବିଜେଡିରେ ଯୋଗଦେବେ କି ପାଣ୍ଡିଆନ !

କାର୍ତ୍ତିକ ପୂର୍ଣ୍ଣିମା ବିଜେଡିରେ ଯୋଗଦେବେ କି ପାଣ୍ଡିଆନ !

ହଁ ଦର୍ଶକବନ୍ଧୁ ଆମ ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ନେଇ ଏବେ ରାଜ୍ୟ ରାଜନୀତିରେ ଚହଳ ପଡିଲାଣି । ସମସ୍ତଙ୍କ ମୁହଁରେ ଏବେ ଗୋଟିଏ ପ୍ରଶ୍ନ । କେବେ ଆନୁଷ୍ଠାନିକ ଭାବେ ବିଜେଡିରେ ମିଶିବେ ଭିକେ ପାଣ୍ଡିଆନ ? ଏ ନେଇ ଗଣମାଧ୍ୟମ ଠୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତି ସମସ୍ତେ ଆଲୋଚନା କରିଛନ୍ତି । କେବେ ରାଜନୀତିରେ ପ୍ରବେଶ କରିବେ ପାଣ୍ଡିଆନ ? ନିକଟରେ ସରକାରୀ ଚାକିରିରୁ ସ୍ୱଚ୍ଛାକୃତ ଭାବେ ଅବସର ନେଇଥିବା ଭିକେ ପାଣ୍ଡିଅଅନ ଏବେ ନବୀନ ଓଡିଶାର ଅଧ୍ୟକ୍ଷ ହେବା ସହ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଅଛନ୍ତି । ଓଡିଶାର ବଡ ପର୍ବ ଦଶହରାରେ ନୂଆ ନିଯୁକ୍ତି ପାଇଥିବା ପାଣ୍ଡିଆନ ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମାରେ ହୁଏତ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦେବେ ବୋଲି ସୂଚନା ରହିଛି । ପାଣ୍ଡିଆନ ବିଜେଡିରେ ଯୋଗ ଦେବା ପରେ ରାଜନୌତି କ୍ୟାରିୟର ଆରମ୍ଭ କରିବେ । ଶୁଭମୂହର୍ତ ଦେଖି ପାଣ୍ଡିଆନଙ୍କୁ ବିଜେଡି ଦଳରେ ସାମିଲ କରିବେ ସୁପ୍ରିମୋ । ଆଗକୁ ରହିଛି ସାଧାରଣ ନିର୍ବାଚନ ଏଥିପାଇଁ ପୂର୍ଭରୁ ପାଣ୍ଡିଆନଙ୍କୁ ହୁଏତଃ ବିଜେଡିରେ ସାମିଲ କରି ପ୍ରଚାର ମଇଦାନକୁ ଛାଡିବାକୁ ପ୍ରସ୍ତୁତି ଆରମ୍ଭ କରୁଛି ଦଳ । ପୁଣି ଜିଲ୍ଲାକୁ ଜିଲ୍‌ଲା ଗସ୍ତ କରି ବିପୁଳ ଭୋଟ ହାତେଇବା ଲକ୍ଷ୍ୟ ରଖିଛନ୍ତି ଭିକେ ପାଣ୍ଡିଆନ । ଏହା ସହ ଲୋକଙ୍କ ପାଇଁ ନୂଆ ନୂଆ ପ୍ରକ୍ଳପ କରି ଭୋଟ ବ୍ୟାଙ୍କକୁ ହାତେଇବେ । ପରୋକ୍ଷରେ ରହୁଥିବା ପାଣ୍ଡିଆନ ଏବେ ପ୍ରତ୍ୟକ୍ଷ ଭାବେ ରାଜନୀତି ମାଇଦାନକୁ ଆସିବେ । ନିର୍ବାଚନରେ ପ୍ରତ୍ୟକ୍ଷ ଭାବେ ଲଢିବେ । ତେବେ କେଉଁ ଦିନ ପାଣ୍ଡିଆନ ରାଜ୍ୟ ରାଜଣୀତିକୁ ଆସିବେ ? ରାଜନୀତିରେ ପାଦ ଦେଲେ କେଉଁ ନିର୍ବାଚନ ମଣ୍ଡଳୀରୁ ଲଢିବେ ଭିକେ ପାଣ୍ଡିଆନ? ପାଣ୍ଡିଆନଙ୍କଠୁ ଦଳ କଣ ଆଶା ରଖିଛି । କଣ ମୁଖ୍ୟମନ୍ତ୍ରୀଙ୍କ ତଳ ପୋଷ୍ଟ ରେ ରହିବେ କି ପାଣ୍ଡିଆନ ?

author

Related Articles

Leave a Reply

Your email address will not be published. Required fields are marked *