ଦୁର୍ଗମ ଅଞ୍ଚଳକୁ ଡ୍ରୋନ ଯୋଗେ ଗଲା ଔଷଧ

ଦୁର୍ଗମ ଅଞ୍ଚଳକୁ ଡ୍ରୋନ ଯୋଗେ ଗଲା ଔଷଧ

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ଉପଲବ୍ଧି ହାସଲ କରିବାକୁ ଯାଉଛି ରାୟଗଡା ଜିଲ୍ଲା । ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଡ୍ରୋନରେ ପରିବହନ ହେବ ଜୀବନ ରକ୍ଷାକାରୀ ଔଷଧ । ଯାହାକୁ ପରିକ୍ଷାମୂଳକ ଭାବେ ରାୟଗଡାରୁ ଗୁଡାରୀ ଡାକ୍ତରଖାନାକୁ ଔଷଧ ପଠାଯାଇଛି । ଏହାଦ୍ୱାରା ସମୟ ଅପଚୟ ସହ ରୋଗୀଙ୍କୁ ଖର୍ଚ୍ଚାନ୍ତରୁ ରକ୍ଷା କରିବା ଏହାର ମୂଳ ଲକ୍ଷ୍ୟ । ବାରିଝୋଲା ସ୍ଥିତ ମୂଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ରେଡୱିଙ୍ଗ ଭଳି ଅଗ୍ରଣି ଷ୍ଟାର୍ଟଅପ୍ ଅନୁଷ୍ଠାନ ସହଯୋଗରେ ସ୍ୱାସ୍ଥ୍ୟସେବା ଡ୍ରୋନ ବିତରଣ ନେଟୱାର୍କର ଶୂଭାରମ୍ଭ କରାଯାଇଛି । ଏହାକୁ ଅନୁସୂଚିତ ଜାତି ଓ ଜନଯାତି ଉନ୍ନୟନ ଓ ସଂଖ୍ୟାଲଘୁ ତଥା ଆଇନମନ୍ତ୍ରୀ ଜଗନ୍ନାଥ ସାରକା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଶୁଭାରମ୍ଭ କରିଥିଲେ । ଏହି ଡ୍ରୋନ୍ ୧ କେଜି ୫୦୦ ଗ୍ରାମ ଓଜନର ଔଷଧ ବୋହିନେଇପାରିବାର କ୍ଷମତା ରଖିଛି । ଆଜି ଦୀର୍ଘ ୪୫ କିମି ଗୁଡାରୀ ଡାକ୍ତରଖାନାକୁ ମାତ୍ର ୩୫ ମିନିଟରେ ଔଷଧ ପହଞ୍ଚଇପାରିଛି ଏହି ଡ୍ରୋନ । ଏହାଦ୍ୱାରା ରୋଗୀ ଓ ରୋଗୀଙ୍କ ସଂପର୍କୀୟ ଅଧିକ ଖର୍ଚ୍ଚାନ୍ତରୁ ଏବଂ ସମୟ ଅପଚୟରୁ ରକ୍ଷାପାଇପାରିବେ ବୋଲି କୁହାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *