ଦିନକ ପରେ କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ । ଦୀର୍ଘ ୧୨ ବର୍ଷ ପରେ ପୁଣିଥରେ ଭାରତ ବିଶ୍ୱକପ୍ ଫାଇନାଲ ଖେଳିବାକୁ ଯାଉଛି । ୨୦ ବର୍ଷ ପରେ ପୁଣିଥରେ ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ | ଗୁଜୁରାଟର ନରେନ୍ଦ୍ରମୋଦି ଷ୍ଟାଡିଅମରେ ଆସନ୍ତା ନଭେମ୍ବର ୧୯ ରେ ହେବାକୁ ଥିବା ବିଶ୍ୱକପ୍ ଫାଇନାଲ୍ ମ୍ୟାଚରେ ଭାରତ-ଅଷ୍ଟ୍ରେଲିଆ ମଧରେ ହେବ କଡା ମୁକାବିଲା | ଏଥିପାଇଁ ଫ୍ୟାନଙ୍କ ମଧ୍ୟରେ ବଢ଼ି ଚାଲିଛି ଉତ୍କଣ୍ଠା। ରୋହିତ ବ୍ରିଗେଡ୍ ଫୁଲ୍ ଫର୍ମରେ ଥିବାରୁ ପ୍ରତ୍ୟେକ ଭାରତୀୟଙ୍କ ଆଶା ଏଥର ଆମ ହାତକୁ ଆସିବ ୱାର୍ଲଡ କପ୍ । ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ୫୬ ଫୁଟ୍ ଲମ୍ବର ଏକ ବିରାଟକାୟ ବିଶ୍ୱକପ୍ ଟ୍ରଫି ପ୍ରତିକୃତୀ ନିର୍ମାଣ କରିବା ସହ ଟିମ୍ ଇଣ୍ଡିଆକୁ ଶୁଭେଛା ଜଣାଇଛନ୍ତି।