ସାଧାରଣ ଟ୍ରେନରେ ଯାତ୍ରା କରିବେ ରାଷ୍ଟ୍ରପତି ମୁର୍ମୁ

ସାଧାରଣ ଟ୍ରେନରେ ଯାତ୍ରା କରିବେ ରାଷ୍ଟ୍ରପତି ମୁର୍ମୁ

ଆସନ୍ତା 21 ତାରିଖରେ ଭାରତୀୟ ରେଳବାଇ ଓଡିଶାର ବାଦାମପାହାଡ ରେଲୱେ ଷ୍ଟେସନରୁ କୋଲକାତା-ରାଉରକେଲା ପାଇଁ ମେଲ ଓ ଏକ୍ସପ୍ରେସ ଟ୍ରେନର ଚଳାଚଳ ଆରମ୍ଭ କରାଯିବ । 1932 ମସିହା ପରେ ପ୍ରଥମ ଥର ପାଇଁ ଏହା ହେବାକୁ ଯାଉଛି । ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ବାଦାମପାହାଡ ରେଳ ଷ୍ଟେସନରୁ ସବୁଜ ପତାକା ଦେଖାଇ 3ଟି ଟ୍ରେନର ଉଦଘାଟନ କରିବେ । ଏଥିରୁ ଗୋଟିଏ ଟ୍ରେନର ଏସି କୋଚରେ ସେ 32 କିଲୋମିଟର ଯାତ୍ରା କରିବେ । ଭାରତ ରେଲୱ ଇତିହାସରେ ଏହା ପ୍ରଥମ ହେବ ଯେତେବେଳେ ରାଷ୍ଟ୍ରପତି ନିଜର ସ୍ୱତନ୍ତ୍ର ଟ୍ରେନ ପରିବର୍ତ୍ତେ ସାଧାରଣ ଏସି କୋଚରେ ଯାତ୍ରା କରିବେ । ରାଷ୍ଟ୍ରପତିଙ୍କ ଯାତ୍ରାକୁ ଦୃଷ୍ଟିରେ ରଖି ଟ୍ରେନରେ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି ।   

author

Related Articles

Leave a Reply

Your email address will not be published. Required fields are marked *