24ରେ ବଦଳିବକି ପିପିଲିର ରାଜନୈତିକ ପାଣିପାଗ ?

24ରେ ବଦଳିବକି ପିପିଲିର ରାଜନୈତିକ ପାଣିପାଗ ?

ଆଗାମୀ ନିର୍ବାଚନ ପାଇଁ ସରଗରମ ହେଲାଣି ରାଜ୍ୟ ରାଜନୀତି ।  ଚାନ୍ଦୁଆ ପାଇଁ ପିପିଲି ଯେତିକି ପ୍ରସିଦ୍ଧ ତା ଠୁ ଅଧିକା ପ୍ରସିଦ୍ଧ ନିର୍ବାଚନ ପାଇଁ । ପୂର୍ବେ କଂଗ୍ରେସର ଗଡଭାବେ ପରିଚିତ ଥିବା ପୁରୀ ଜିଲ୍ଲାର ପିପିଲି ରେ ବଢୁଛି ରାଜନୈତିକ ଉଷ୍ମତା । ଦୀର୍ଘ ବର୍ଷ ହେବ ପିପିଲିର ଶାସନଭାର ରହିଆସିଛି ମହାରଥୀ ପରିବାର ହାତରେ । ବିଜେଡିର ପୁରୁଖା ନେତା ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଗଡ ପିପିଲି । 1985ରେ ପ୍ରଥମଥର ପାଇଁ ବିଧାୟକ ହୋଇଥିଲେ ପ୍ରଦୀପ । ତେବେ ପ୍ରଦୀପଙ୍କ ଦେହାନ୍ତ ପରେ 2021 ଉପନିର୍ବାଚନରେ ମଇଦାନକୁ ଓହ୍ଲାଇଥିଲେ ତାଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ । ତେବେ ଦେଖିବାକୁ ବାକି ରହିଲା ଆଗାମୀ ନିର୍ବାଚନରେ ପିପିଲି ନିର୍ବାଚନ ମଣ୍ଡଳୀ ମହାରଥୀ ପରିବାର ହାତରେ ରହିବ ନା ଚାଲିଯିବ ଆଉ କେଉଁ ଦଳ ହାତକୁ ?

author

Related Articles

Leave a Reply

Your email address will not be published. Required fields are marked *