ଡାହାଣୀ ସନ୍ଦେହରେ ମହିଳା ଙ୍କୁ ପିଟିପିଟି ହତ୍ୟା

ଡାହାଣୀ ସନ୍ଦେହରେ ମହିଳା ଙ୍କୁ ପିଟିପିଟି ହତ୍ୟା

ଅନ୍ଧବିଶ୍ୱାସ ର କରୁଣ ପରିଣତି । ଡାହାଣୀ ସନ୍ଦେହରେ ମହିଳା ଙ୍କୁ ପିଟିପିଟି ହତ୍ୟା । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ବରାଙ୍ଗ ଗ୍ରାମ ରେ । ଗ୍ରାମ ର ହିକିନ ମାଝୀ ଙ୍କ ସ୍ତ୍ରୀ ଦୋଲି ମାଝୀ ଙ୍କୁ ଡାହାଣୀ ସନ୍ଦେହରେ ତାଙ୍କ ସାନ ଯା ସିନିଙ୍ଗା ମାଝୀ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି ।ଗତକିଛି ଦିନ ତଳେ ସିନିଙ୍ଗା ମାଝୀ ଙ୍କ ସମ୍ପର୍କୀୟ ଜଣ୍ଡିସ ରୋଗରେ ମୃତ୍ୟୁବରଣ କରିଥିଲେ। ଏହାକୁ ନେଇ ଗତକାଲି ରାତିରେ ଦୋଲି ଶୋଇଥିବା ବେଳେ ତାଙ୍କ ସାନ ଯାଆ ଆକ୍ରମଣ କରିଥିଲେ । ଦୋଲି ଙ୍କ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଦୋଲି ଙ୍କ ପୁଅ ଏବଂ ପୁତୁରା ରାମଚନ୍ଦ୍ରପୁର ଥାନା ରେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପରିବାର ଲୋକେ ଫେରାର ହୋଇଯାଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *