ଆଜି ଓଡିଶା ଆସିବେ ମହାମହିମ ରାଷ୍ଟ୍ରପତି

ଆଜି ଓଡିଶା ଆସିବେ ମହାମହିମ ରାଷ୍ଟ୍ରପତି

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାମହିମଙ୍କୁ ଭବ୍ୟ ସ୍ବାଗତ ପାଇଁ ମୟୂରଭଞ୍ଜ ପ୍ରସ୍ତୁତ ହୋଇ ରହିଛି । ଜନ୍ମମାଟିରେ ଦୁଇ ଦିନ ରହିବେ ରାଷ୍ଟ୍ରପତି। ବାୟୁସେନାର ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ଆଜି ବାରିପଦାରେ ପହଞ୍ଚିବେ । ଅଖିଳ ଭାରତ ସାନ୍ତାଳୀ ଲେଖକ ସଂଘର ବାର୍ଷିକ ସମ୍ମିଳନୀରେ ଯୋଗଦେବେ।
ପରେ କୁଳିଅଣାଠାରେ ଏକଲବ୍ୟ ବିଦ୍ୟାଳୟର ଶୁଭାରମ୍ଭ କରିବେ। ଅପରାହ୍ନରେ ରାଇରାଙ୍ଗପୁର ଗସ୍ତ କରି ସେଠାରେ କିଛି ଲୋକଙ୍କୁ ଭେଟିବା କାର‌୍ୟ୍ୟକ୍ରମ ରହିଛି। ନିଜ ବାସଭବନରେ ରାତ୍ରିଯାପନ କରିବେ ମହାମହିମ। ୨୧ ତାରିଖରେ ପାହାଡପୁରରେ ଏସ୍ଏଲ୍ଏସ୍ ବିଦ୍ୟାଳୟରେ ଏକ ଦକ୍ଷତା ବିକାଶ କେନ୍ଦ୍ରର ଶୁଭାରମ୍ଭ କରିବେ । ଏହାପରେ ଯିବେ ବାଦାମପାହାଡ।ରାଷ୍ଟ୍ରପତି ବାଦାମପାହାଡ ରେଳ ଷ୍ଟେସନରୁ ୩ଟି ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବେ। ଟ୍ରେନ ଯୋଗେ ଲୋକଙ୍କ ସହ ଆସିବେ ରାଇରଙ୍ଗପୁର । ୩୨ କିଲୋମିଟର ଟ୍ରେନରେ ଯାତ୍ରା କରିବା ମହାମହିମ ।
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା କଡ଼ାକଡ଼ି କରାଯାଇଛି । ମୁତୟନ ହେବେ ୩୩ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ । ଯେଭଳି କୌଣସି ବିଭ୍ରାଟ ନହୁଏ ସେଭଳି ପ୍ରସ୍ତୁତି ଓ ବ୍ୟବସ୍ଥା କରିଛି ଜିଲ୍ଲା ଓ ପୋଲିସ ପ୍ରଶାସନ । ରାଷ୍ଟ୍ରପତି ହେବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କ ଦ୍ବିତୀୟ ଗସ୍ତ । ମୟୂରଭଞ୍ଜ ଗସ୍ତ ସାରି ସମ୍ବଲପୁର ଅଭିମୁଖେ ଯିବେ ମହାମହିମ ।

author

Related Articles

Leave a Reply

Your email address will not be published. Required fields are marked *