କାର୍ତିକ ମାସ ଚତୁର୍ଥ ସୋମବାରରେ ଚଳଚଞ୍ଚଳ ବାବା ଧବଳେଶ୍ୱର ପୀଠ

କାର୍ତିକ ମାସ ଚତୁର୍ଥ ସୋମବାରରେ ଚଳଚଞ୍ଚଳ ବାବା ଧବଳେଶ୍ୱର ପୀଠ


କାର୍ତିକ ମାସ ଚତୁର୍ଥ ସୋମବାରରେ ଚଳଚଞ୍ଚଳ ଆଠଗଡର ପ୍ରସିଦ୍ଧ ବାବା ଧବଳେଶ୍ୱର ପୀଠ | ସକାଳୁ ସକାଳୁ ଲାଗିଛି ଭକ୍ତଙ୍କ ଗହଳି | ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି | ଆଉ କେଇଟା ଦିନ ପରେ ପଂଚୁକ ବ୍ରତ ସହ ବଡ ଓଷା | ଶେଷ ସୋମବାରରେ କାର୍ତିକ ପୁର୍ଣିମା ପଡୁଥିବାରୁ ଆଜି ଏହି ସୋମବାରରେ ବାବା ଧବଳେଶ୍ୱର ପୀଠରେ ଭକ୍ତଙ୍କ ଭିଡ ଲାଗିଛି | ବିଶ୍ୱାସ ରହିଛି କାର୍ତିକ ସୋମବାରରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ ମିଳିଥାଏ କୋଟି ଜନ୍ମର ପୁଣ୍ୟ ଫଳ ବଂ ମାନସିକ ଶାନ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି | ସେଥିପାଇଁ ଧବଳେଶ୍ୱର ପୀଠରେ ସକାଳୁ ସକାଳୁ ଭକ୍ତମାନେ ଆସି ଦର୍ଶନ କରୁଛନ୍ତି | ଭୋର ୪ରୁ ପହଡ଼ ଖୋଲାଯାଏ ୧୦୮ କଳସ ପଵିତ ଜଳରେ ବାବାଙ୍କୁ ସ୍ନାନ କରାଯାଇ ମଙ୍ଗଳ ଆଳତୀ କରି ଖେଚୁଡ଼ି ଭୋଗ ଲାଗି ହୋଇଥାଏ | ଏହା ପରେ ସାଧାରଣ ଦର୍ଶନ ପାଇଁ ଦ୍ଵାରାଫିଟା ନୀତି ହୋଇଥାଏ | ଭକ୍ତମାନେ କଂକ୍ରିଟ ବ୍ରିଜ ଦେଇ ମନ୍ଦିରକୁ ଦର୍ଶନ ପାଇଁ ଯାଉଛନ୍ତି | ପୂଜକ ସମିତି ଓ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନେ କିପରି ଶାନ୍ତି ଶୃଙ୍ଖଳାରେ ଦର୍ଶନ କରିବେ ସେଠି ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି

author

Related Articles

Leave a Reply

Your email address will not be published. Required fields are marked *