ପରଲୋକରେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଜେ.ପି. ଦାସ

ପରଲୋକରେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଜେ.ପି. ଦାସ

ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତର ଜେପି ଦାସଙ୍କ ପରଲୋକ | ରବିବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଡାକ୍ତର ପ୍ରଫେସର ଯଦୁନାଥ ପ୍ରସାଦ ଦାସଙ୍କ ପରଲୋକ ଘଟିଛି | ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା | ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ଏସସିବି ମେଡିକାଲ କଲେଜ ହୃଦରୋଗ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ ସ୍ୱର୍ଗତ ଲୋକପ୍ରିୟ ଡାକ୍ତର ଜେପି ଦାସଙ୍କ । ସେ ଜଣେ ସଫଳ ହୃଦରୋଗ ବିଶେଷଜ୍ଞ ସହ ସେ ଜଣେ ଭଲ ଲେଖକ ଓ ଚିତ୍ରଶିଳ୍ପୀ ମଧ୍ୟ ଥିଲେ |  ୧୯୩୩ ମସିହା ଅଗଷ୍ଟ ୫ ତାରିଖରେ  ଜନ୍ମ ଗ୍ରହଣ କରିଥିଲେ ଡାକ୍ତର ଜେ.ପି. ଦାସ । ଓଡ଼ିଶାରେ ହୃଦରୋଗ ଚିକିତ୍ସାର ପିତାମହ ରୂପେ ପରିଚିତ ଥିବା ଜେ.ପି. ଦାସଙ୍କ ଦେହାନ୍ତରେ ବହୁ ଡାକ୍ତର ଓ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ବିଶିଷ୍ଟ ହୃଦ୍ ରୋଗ ବିଶେଷଜ୍ଞ ଜେ.ପି. ଦାସଙ୍କୁ ହୃଦରୋଗ ଚିକିତ୍ସାର ପିତାମହ ବୋଲି କୁହାଯାଉଥିଲା । ଜେ.ପି. ଦାସ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ୯୦ ବର୍ଷ ବୟସରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି

author

Related Articles

Leave a Reply

Your email address will not be published. Required fields are marked *