ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ କହିଲେ ଛତିଶଗଡ ରାଜ୍ୟପାଳ

ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ କହିଲେ ଛତିଶଗଡ ରାଜ୍ୟପାଳ

କାର୍ତ୍ତିକ ମାସ ଯୋଗୁ ଶ୍ରୀମନ୍ଦିରରେ ଦେଖିବାକୁ ମିଳୁଛି ଭକ୍ତଙ୍କ ସମାଗମ । ଏହି ଭକ୍ତଙ୍କ ଭିଡ ଏତେ ରହୁଛି ଯେ ଏହାକୁ ସଠିକ ପରିଚାଳନା କରିବା ପୋଲିସ କିମ୍ଭା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇପାରୁନାହିଁ । ଘଣ୍ଟ ।ଘଣ୍ଟା ଧରି ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଲମ୍ଭା ଧାଡିରେ ଛିଡା ହେଉଛନ୍ତି ଭକ୍ତ ସମୁହ । ଏହାରି ଭିତରେ ଦେଖିବାକୁ ମିଳିଛି ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି ଶ୍ରିମନ୍ଦିର ପ୍ରଶାସନ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା ପାଇଁ । ନିକଟରେ ସେ ପୁରୀ ଯାଇ ଶ୍ରଦ୍ଧାଳୁଙ୍କର ଦୁଃଖ ଦୁର୍ଦ୍ଦଶାକୁ ଦେଖିଥିଲେ । ଧାଡିରେ ଛିଡା ହୋଇ କଷ୍ଟ ପାଉଛନ୍ତି ଭକ୍ତ । ଭକ୍ତଙ୍କ ପାଇଁ ବ୍ୟବସ୍ଥା ନାହିଁ । ବଡଦାଣ୍ଡ ବାହାରୁ ମଧ୍ୟ ଏହି ଲମ୍ଭା ଲାଇନ ଦେଖିବାକୁ ମିଳୁଛି । ଆଗକୁ ପଂଚକ ଥିବା ହେତୁ ଭକ୍ତଙ୍କ ଭିଡ ଅଧିକ ଲାଗି ରହିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବାକୁ ସେ କହିଥିଲେ । ରାଜ୍ୟ ସରକାର କରୁଥିବା ପରିକ୍ରମା ପ୍ରକ୍ଳପ ହେଉ ଏଥିପାଇଁ ଏøତିହ ନଷ୍ଟ ନହେଉ ବୋଲି କହିଥିଲେ ବିଶ୍ୱଭୁଷଣ ହରିଚନ୍ଦନ ।

author

Related Articles

Leave a Reply

Your email address will not be published. Required fields are marked *