ଆଜିଠାରୁ ଆରମ୍ଭ ହେବ ସଂସଦର ସ୍ୱତନ୍ତ୍ର ଅଧିବେଶନ

ଆଜିଠାରୁ ଆରମ୍ଭ ହେବ ସଂସଦର ସ୍ୱତନ୍ତ୍ର ଅଧିବେଶନ

ଆଜିଠାରୁ ସଂସଦ ଭବନରେ ଆରମ୍ଭ ହେବ ସଂସଦର ସ୍ୱତନ୍ତ୍ର ଅଧିବେସନ । ଦିନ 11 ଟାରୁ ଏହି ଅଧିବେସନ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରି ଲୋକସଭାରେ ବିବୃତି ରଖିବେ । 22 ତାରିଖ ପର୍ଯ୍ୟନ୍ତ ଏହି ଅଧିବେସନ ଚାଲିବାକୁ ଥିବାବେଳେ ମହିଳା ସଂରକ୍ଷଣ ବିଲ ପାସ ଉପରେ ଗୁରୁତ୍ୱ ଦେଇଛନ୍ତି । ନିର୍ବାଚନ କମିଶନ ଚୟନ ପ୍ରକ୍ରିୟାରେ କୌଣସି ପରିବର୍ତନ କରିବାକୁ ବି ବିରୋଧୀ ଦାବି କରିଛନ୍ତି । ଜାତି ଜନଗଣନା, ଆଦାନୀ ମାମଲା, ସିଏଜି ରିପୋର୍ଟ ଉପରେ ବି ଆଲୋଚନା କରିବାକୁ ବିରୋଧୀ ଦାବି କରିଛନ୍ତି । ସରକାର ଏହି ସ୍ୱତନ୍ତ୍ର ଅଧିବେସନରେ ନିଜର ଏଜେଣ୍ଡା ବହୁ ପୂର୍ବରୁ କହିସାରିଛନ୍ତି । ବିଜେଡି ସମେତ ଶିବସେନା ( ସିନ୍ଦେ ଗୋଷ୍ଠୀ) , କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ମହିଳା ସଂରକ୍ଷଣ ବିଲ ପାସ କରିବାକୁ ଦାବି କରିଥିଲେ । ଏହାଛଡା ଆପ୍ ନେତା ସଂଜୟ ସିଂହ ଓ ରାଘବ ଚଢା ନିଲମ୍ବିନ ପ୍ରତ୍ୟାହାର କରିବାକୁ ବି ବିରୋଧୀ ଦାବି କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *