ଭୋଳେଶ୍ଵର ବାବାଙ୍କ ୩୯ତମ ବିଶ୍ୱଶାନ୍ତି ମହାଯଜ୍ଞ

ଭୋଳେଶ୍ଵର ବାବାଙ୍କ ୩୯ତମ ବିଶ୍ୱଶାନ୍ତି ମହାଯଜ୍ଞ

ଅନୁଗୁଳ : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସ୍ଥିତ ସମଲ ଚକ୍ରଶିଳା ପାହାଡ଼ ଉପରେ ଥିବା ଭୋଳେଶ୍ଵର ବାବା ମନ୍ଦିରରେ ୩୯ତମ ବିଶ୍ୱଶାନ୍ତି ମହାଯଜ୍ଞ ହୋଇଥିଲା ମନ୍ଦିରର ପରିଚାଳନା କମିଟି ତରଫରୁ ଏହି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇ ମାଘ ପୂର୍ଣ୍ଣିମାରେ ଉଦଯାପିତ ହୋଇଯାଇଛି । ଯଜ୍ଞରେ କର୍ତ୍ତା ଭାବେ ପ୍ରଦୀପ୍ତ ଗିରି ଓ ତାଙ୍କ ଧର୍ମପତ୍ନୀ ଦାୟିତ୍ୱ ତୁଲାଇଥିଲେ ବେଳେ ପଣ୍ତିତମାନଙ୍କ ଦ୍ୱାରା ଯଜ୍ଞ କର୍ମ ସମ୍ପାଦିତ ହୋଇଥିଲା । ଏହି ଯଜ୍ଞ ଗତ ବୁଧବାର ଦିନ ଆରମ୍ଭ ହୋଇ ରବିବାର ସମାପନ ହୋଇଛି ।


ଆରମ୍ଭ ଦିନ ଏକ ବିରାଟ ଶୋଭାଯାତ୍ରାରେ ଯାଇ ବ୍ରହ୍ମାଣୀ ନଦୀରୁ ରୀତିନୀତି ଅନୁଯାୟୀ ପୂଜାର୍ଚନା କରି ୧୦୮ କଳସ ଆଣି ଭାଳେଶ୍ୱର ବାବାଙ୍କ ମନ୍ଦିରରେ ସ୍ଥାପନ କରିଥିଲେ । ପରେ ପୁରୋହିତଙ୍କ ଦ୍ୱାରା ନିୟମ ମୁତାବକ ୫ଦିନ ପୂଜାର୍ଚନା ହୋଇଥିଲା । କେବଳ ଏତିକି ନୁହେଁ ପ୍ରତ୍ୟହ ଦିନ ନାମ ସଂକୀର୍ତନ ସହିତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ମନ୍ଦିରର ପରିଚାଳନା କମିଟି, ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ସମଲ ଡ୍ରାଇଭର ସଂଘଙ୍କ ମିଳିତ ସହୋଯୋଗରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

author

Related Articles

Leave a Reply

Your email address will not be published. Required fields are marked *