ମାଗଣା ଚାଉଳ ବଣ୍ଟନକୁ ନେଇ ବିଜେଡ଼ିର ଧାରଣା

ମାଗଣା ଚାଉଳ ବଣ୍ଟନକୁ ନେଇ ବିଜେଡ଼ିର ଧାରଣା

ବେଲଗୁଣ୍ଠା : ଗରୀବ ହିତାଧିକାରୀଙ୍କୁ ବଣ୍ଟନ କରାଯାଉଥିବା ଚାଉଳକୁ କେନ୍ଦ୍ର ସରକାର ବନ୍ଦ କରିଦେବା ପରେ ଏହାକୁ ଘୋର ବିରୋଧ କରିଛି ବେଲଗୁଣ୍ଠା ବିଜେଡି  । ଏନେଇ  ବେଲଗୁଣ୍ଠା ବିଜେଡ଼ି ପକ୍ଷରୁ ଉଭୟ ବ୍ଳକ୍ କାର୍ୟ୍ୟାଳୟ ଏବଂ ଏନ୍ଏସି କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯିବା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି  । ବେଲଗୁଣ୍ଠା ବ୍ଳକ୍ ବିଜେଡ଼ି ସଭାପତି ଏସ୍ ରାମେଶ୍ଵର ପାତ୍ରଙ୍କ ନେତୃତ୍ୱରେ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ,ସରପଞ୍ଚ ପ୍ରତିନିଧି ପଞ୍ଚାନନ ସାମଲ,ଦେବେନ୍ଦ୍ର ଗୌଡ଼, ସୀମାଞ୍ଚଳ ବିଷୋୟୀ ,ସମିତି ସଭ୍ୟ ସୁଧାଂଶୁ ଶେଖର ପୋଲାଇ, ବରିଷ୍ଠ ବିଜେଡ଼ି ନେତା ମାଧବ ଚନ୍ଦ୍ର ଆପଟ,ଜିଲ୍ଲାପରିଷଦ ସଭ୍ୟ ଏବଂ ବହୁ ସରପଞ୍ଚ ଓ ସମିତିସଭ୍ୟ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଚାଉଳ ବଣ୍ଟନ ବନ୍ଦ ନୀତିକୁ ଦୃଢ ନିନ୍ଦା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ  । ଏହା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ କୁମାର ଶତପଥୀଙ୍କୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଥିଲେ  ।

author

Related Articles

Leave a Reply

Your email address will not be published. Required fields are marked *