ଲକ୍ଷ୍ମୀଙ୍କୁ ସ୍ତ୍ରୀ ର ପରିଚୟ ଦେଲେ ଦୃଷ୍ଟିହୀନ ମିଟୁ

ଲକ୍ଷ୍ମୀଙ୍କୁ ସ୍ତ୍ରୀ ର ପରିଚୟ ଦେଲେ ଦୃଷ୍ଟିହୀନ ମିଟୁ

ଗଞ୍ଜାମ : ଜଣଙ୍କ ପାଇଁ ବିବାହର ମନ୍ତ୍ର ମୁକାସଖି ତ ଆଉ ଜଣେ ବିବାହ ରୀତିନୀତିର ଚଉହଦି ଭିତରେ ଦେଖୁଚି ଦାମ୍ପତ୍ୟ ଜୀବନର ଭବିଷ୍ୟତ। ଗରିବୀର ତାଡ଼ନାରେ ଦୁର୍ବିସହ ଜୀବନ ଜିଇଁବା ଅପେକ୍ଷା ଝିଅଟି ବାଛି ନେଇଛି ଦୃଷ୍ଟିହୀନ ଯୁବକର ହାତ ଧରି ସାରା ଜୀବନ ବିତାଇବାକୁ, ସ୍ବାମୀ ସ୍ତ୍ରୀ ର ପରିଚୟରେ। ଆଉ ସେପଟେ ଦୃଷ୍ଟିହୀନ ଯୁବକର ପ୍ରେମର ପ୍ରସ୍ତାବ ପାରିତ ହେବା ପରେ, ଏବେ ଯେମିତି ବେଦୀ ରୂପକ ଅଦାଲତରେ ସେ ହାତଗଣ୍ଠି ରୂପକ ହସ୍ତାକ୍ଷର କରି ଦଶଦିଗପାଳ ବିଚାରପତିଙ୍କ ଆଗରେ ଶପଥ କରିଛି ଦାସଦଶ କ୍ଷମା କରିବାକୁ ଧର୍ମପତ୍ନୀର।

ଅଗ୍ନିକୁ ସାକ୍ଷୀ ରଖି ବର-କନ୍ୟା ଙ୍କ ହାତଗଣ୍ଠି ପଡ଼ିଲା । ନବଦମ୍ପତ୍ତି ଙ୍କ ମୁହଁରେ ହସ ଫୁଟିଉଠୁଥିଲା । ଜଣେ ସବୁ ଦେଖୁଥିଲା , ଆଉଜଣେ ନୀରବରେ ଶୁଣୁଥିଲା । କାରଣ ବର ଜଣକ ଥିଲା , ଦୃଷ୍ଟିହୀନ ଯୁବକ । ସବୁ ଜାଣି ମଧ୍ୟ , କନ୍ୟା ଜଣକ ସ୍ବଇଛାରେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲା । ଦୋମୁହାଣି ଗାଁ ର ମିଟୁ ଗୈାଡଙ୍କୁ ବିବାହ କରିଛି ଲକ୍ଷ୍ମୀ। ଜନ୍ମରୁ ଦୃଷ୍ଟିହୀନ ମିଟୁ । ଉଭୟ ବାପା ଓ ମା’ ମୃତ । ବଡ଼ଭାଇ ଭାଉଜଙ୍କ ଭରଷାରେ ଦିନ ବିତେ। ନିଜେ ସ୍ବାବଲମ୍ବୀ ହେବାକୁ ଇଛା କରି , ଘର ଆଗରେ ଛୋଟିଆ ବ୍ୟବସାୟ ଟିଏ କରିଛନ୍ତି । ଆଉ ତାରି ଭିତରେ ରାଇଗୋଛା ଗାଁର ଲକ୍ଷ୍ମୀଙ୍କ ପ୍ରତି ଥିବା ଦୁର୍ବଳତା ଶେଷରେ ପ୍ରେମର ପ୍ରସ୍ତାବ ପହଞ୍ଚାଇଦେଲ। ଲକ୍ଷ୍ମୀ ବି ରାଜି।

ମିଟୁ ଦୃଷ୍ଟିହୀନ ଜାଣି ସୁଦ୍ଧା ସେ ରାଜି ହୋଇଗଲେ । ଯାହାକୁ ସ୍ବାମୀ ଭାବେ ଗ୍ରହଣ କରିବେ , ସେ କିଛି ଦେଖିନପାରିଲେ ମଧ୍ୟ ନିଜ ଆଖି ହିଁ ତାଙ୍କପାଇଁ ଭରଷା ହେବ ବୋଲି ବିଚାର କରି , ବିବାହ କରିବାକୁ ନିଷ୍ପତ୍ତି ନେଲେ ଲକ୍ଷ୍ମୀ । । ମିଟୁଙ୍କ ବଡ଼ଭାଇ ଏବଂ ଦୋମୁହାଣି ଗ୍ରାମବାସୀ ମିଶି , ଉଭୟଙ୍କ ବାହାଘରର ଆୟୋଜନ ଏବଂ ସମସ୍ତ ଖର୍ଚ୍ଚ ବହନ କରିଥିଲେ । ଆଉ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଥିଲେ ଏହି ଦମ୍ପତି।

author

Related Articles

Leave a Reply

Your email address will not be published. Required fields are marked *