ରକ୍ତଦାନ ଶିବିର ଅନୁଷ୍ଠିତ

ରକ୍ତଦାନ ଶିବିର ଅନୁଷ୍ଠିତ

ଗଞ୍ଜାମ : ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଦେଶପାଇଁ ସହିଦ ହୋଇଥିବା ସମସ୍ତ ବୀର ଯବାନମାନଙ୍କ ସହିଦ ଦିବସରେ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଯାଇଛି ।  ଏହି ରକ୍ତ ଦାନ ଶିବର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡାପଦର ଗ୍ରାମରେ ଥିବା ନୋଡାଲ ହାଇସ୍କୁଲରେ ଏହା ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତ ଦାନ ଶିବିରକୁ ଗଞ୍ଜାମ ଜିଲ୍ଲାର ୫୦ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଶୈଳବାଳା ବିଶୋଇ ଉଦଘାଟନ କରିଥିଲେ ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଉପଖଣ୍ଡ ଚିକିତ୍ସା ଅଧିକାରୀ ସୀତାଂଶୁ ଶେଖର ଶତପଥୀ, ସମାଜ ସେଵୀ ଶୁଳାପାଣି ଶତପଥୀ ଓ ବିପଦର ବନ୍ଧୁ ସଂଗଠନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏଥିରେ ବରିଷ୍ଠ ସାମ୍ବାଦିକ ବିଶ୍ୱମ୍ବର ଜେନା, ଜୟକୃଷ୍ଣ  ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ । ତେବେ ଏହି ରକ୍ତ ଦାନ ଶିବିରରେ ମୋଟ୍ ୫୧ ୟୁନିଟ ବ୍ଲଡ଼ ସଂଗ୍ରହ କରାଯାଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *