ବୌଦ୍ଧ : ବୌଦ୍ଧ ଜିଲ୍ଲା ପାଲଝାର ସ୍ଥିତ ରାଷ୍ଟ୍ରୀୟ କୃଷି ଉଦ୍ୟାନ ଗବେଷଣା ପ୍ରତିଷ୍ଠାନ ପ୍ରେଖ୍ୟାଳୟରେ ଉନ୍ନତ ପ୍ରଣାଳୀରେ କାଜୁ ଚାଷ ସଂମନ୍ଧୀୟ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ଉଦ୍ୟାନ କୃଷି ସହ ନିର୍ଦ୍ଦେଶକ ଯୋଗେନ୍ଦ୍ର ମହାପାତ୍ର ଯୋଗ ଦେଇ ଜିଲ୍ଲାର ଉପଯୋଗୀ ଜଳବାୟୁ ଓ ମୃତ୍ତିକା କିଭଳି କାଜୁ ଚାଷକୁ ଉନ୍ନତ ପ୍ରଣାଳୀରେ କରି ଅଧିକ ଅମଳ କ୍ଷମ ହୋଇ ପାରିବ ସେ ନେଇ ଆଲୋଚନା କରିଥଲେ ।
କାଜୁ ଗବେଷଣା କେନ୍ଦ୍ର ପ୍ରକଳ୍ପର ଭାରପ୍ରାପ୍ତ ଅଧିକାରୀ ପ୍ରଫେସର ଡ. ପ୍ରମାଦ କୁମାର ପଣ୍ଡା ପ୍ରକଳ୍ପର ବିଭିନ୍ନ ନୂତନ ଜ୍ଞାନ କୌଶଳ ଦ୍ବାରା କିପରି ଚାଷୀ ଲାଭବାନ ହେବେ ସେ ବିଷୟରେ ନୂତନ ତଥ୍ୟ ଉପସ୍ଥାପନା କରିଥଲେ । କୃଷି ବିଜ୍ଞାନ କେନ୍ଦ୍ର ବୌଦ୍ଧର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ. ତପନ କୁମାର ଦାସ କାଜୁ ଫସଲର ବିଭିନ୍ନ ପୋକ ଓ ରୋଗର ସମସ୍ୟା ଏବଂ ନିରାକରଣ ଉପରେ ବକୃତା ରଖିଥିଲେ । ଏହି ଶିବିରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରୁ ୬୦ରୁ ଅଧିକ ଚାଷୀ ଯୋଗ ଦେଇଥିଲେ । କାର୍ୟକ୍ରମ ଶେଷରେ ଚାଷୀଙ୍କୁ ଚାରା ବଣ୍ଟନ କରାଯାଇଥିଲା ।
