ପିଲାଙ୍କୁ ରେଷ୍ଟୁରାଣ୍ଟ ମନା

ପିଲାଙ୍କୁ ରେଷ୍ଟୁରାଣ୍ଟ ମନା

ବୁ୍ୟରୋ : ଆପଣମାନେ ଜାଣିଥିବେ ସବୁ ବାପା ମା’ ମାନେ ପିଲାଙ୍କ ମାଇଣ୍ଡ୍ ଫ୍ରେସ୍ କରାଇବାକୁ ପାର୍କ ବା ରେଷ୍ଟୁରାଣ୍ଟ ନିଅନ୍ତି  । ଆଉ ସେଠି ତାଙ୍କୁ ତାଙ୍କ ମନ ପସନ୍ଦର ଖାଇବାକୁ ବି ଦିଅନ୍ତି । ହେଲେ ଆପଣମାନେ ଜାଣିଛନ୍ତି କି ଏମିତି କେଉଁ ସ୍ଥାନ ଅଛି ଯେଉଁଠି ପିଲାଙ୍କୁ ରେଷ୍ଟୁରାଣ୍ଟ ଯିବାକୁ ମନା ହୋଇଛି । ହଁ ଦର୍ଶକ ବନ୍ଧୁ ଏମିତି ଏକ ସ୍ଥାନ ଅଛି ଯେଉଁଠି ୧୦ ବର୍ଷରୁ କମ୍ ପିଲାଙ୍କୁ ରେଷ୍ଟୁରାଣ୍ଟ ଯିବାକୁ ମନା । ତେବେ ଆସନ୍ତୁ ଜାଣିବା କେଉଁଠି ଏହି ଅଜବ ନିୟମ ଲାଗୁ ହୋଇଛି ।

ଆମେରିକାର ନ୍ୟୁ ଜର୍ସିର ଏକ ଲୋକପ୍ରିୟ ଇଟାଲୀ ରେଷ୍ଟୁରାଣ୍ଟରେ ଏହି ଅଜବ ନିୟମ ଦେଖିବାକୁ ମିଳିଛି। ୧୦ ବର୍ଷରୁ କମ୍ ପିଲାମାନଙ୍କୁ ଖାଇବାକୁ ବାରଣ କରିଛି। ଟିଣ୍ଟନ ଫଲ୍ସର ନେଟି ହାଉସ ଅଫ୍ ସ୍ପାଗେଟି ସୋସିଆଲ ମିଡିଆରେ ଘୋଷଣା କରିଛି ଯେ, ମାର୍ଚ୍ଚ ୮ରୁ ୧୦ବର୍ଷରୁ କମ୍ ପିଲାମାନଙ୍କୁ ସେବା ଯୋଗାଇ ପାରିବୁ ନାହିଁ। ଫେସ୍ବୁକ୍ରେ ରେଷ୍ଟୁରାଣ୍ଟ ଏହାର ନିଷ୍ପତ୍ତି ଘୋଷଣା କରିଛି। ତେବେପ ଏକ ଫେସ୍ବୁକ୍ ପୋଷ୍ଟରେ ରେଷ୍ଟୁରାଣ୍ଟ କହିଛି ଯେ,  ଆମେ ପିଲାମାନଙ୍କୁ ଭଲପାଉ। କିନ୍ତୁ ନିକଟ ଅତୀତରେ, ନେଟ୍ଟିଙ୍କ ପିଲାମାନଙ୍କ ସହିତ ଆଡ୍ଜଷ୍ଟ କରିବା ଅତ୍ୟନ୍ତ ଚ୍ୟାଲେଞ୍ଜିଂ।

author

Related Articles

Leave a Reply

Your email address will not be published. Required fields are marked *