CISF କୁ ମିଳିଲା ପ୍ରଥମ ମହିଳା ମହାନିର୍ଦ୍ଦେଶକ, ପଦ ସମ୍ଭାଳିବେ ଆଇପିଏସ୍ ଅଫିସର ନୀନା ସିଂ

CISF କୁ ମିଳିଲା ପ୍ରଥମ ମହିଳା ମହାନିର୍ଦ୍ଦେଶକ, ପଦ ସମ୍ଭାଳିବେ ଆଇପିଏସ୍ ଅଫିସର ନୀନା ସିଂ

ଭାରତ ଇତିହାସରେ ପ୍ରଥମ ଥର CISF ର ମୁଖିଆ ଜଣେ ମହିଳା ହୋଇଛନ୍ତି। ବରିଷ୍ଠ ଆଇପିଏସ୍ ଅଫିସର ନୀନା ସିଂଙ୍କୁ ଏହି ପଦରେ ମିଳିଛି ନିଯୁକ୍ତି। ଦେଶର ପ୍ରମୁଖ ୩ ଅର୍ଦ୍ଧସୈନିକ ବଳକୁ ନୂଆ ମୁଖିଆ ମିଳିଛନ୍ତି । କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ (CRPF), କେନ୍ଦ୍ରୀୟ ଉଦ୍ୟୋଗିକ ସୁରକ୍ଷା ବଳ(CISF) ଓ ଭାରତ ତିବ୍ବତ ସୀମା ପୁଲିସ୍ (ITBP)ରେ ହୋଇଛି ଏହି ନୂଆ ନିଯୁକ୍ତି। ଏହାବାଦ କେନ୍ଦ୍ର ପକ୍ଷରୁ ଅନୀଶ ଦୟାଲ ସିଂଙ୍କୁ CISF ମୁଖ୍ୟ ଓ ରାହୁଲ ରସଗୋତ୍ରାଙ୍କୁ ଓଞଈଚ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି।


୧୯୬୯ ମସିହାରେ ଗଠିତ ହୋଇଥିବା ବେଳେ ସେବେଠୁ ଏହାର ମୁଖିଆ ପୁରୁଷ ହିଁ ରହି ଆସୁଥିଲେ। କିନ୍ତୁ ୫୪ ବର୍ଷୀୟା ନୀନା ସିଂ ଏହି ପୁରୁଷ ପ୍ରଧାନ ପରମ୍ପରାକୁ ଭାଙ୍ଗି ଦେଇଛନ୍ତି। ପ୍ରାୟ ୧.୬୩ ଲକ୍ଷ ଯବାନଙ୍କୁ ନେଇ ଗଠିତ CISF କମାଣ୍ଡ ଏବେ ଜଣେ ମହିଳାଙ୍କ ହାତରେ ରହିବ ।ନୀନା ସିଂ ନିଜ ଚାକିରି କ୍ୟାରିଅରେ ବହୁ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସେ ରାଜସ୍ଥାନର ପୁଲିସ୍ ମୁଖ୍ୟ ଭାବେ କାର୍ଯ୍ୟ କରିଥିବା ପ୍ରଥମ ମହିଳା ଅଫିସର ହେବାର ସୌଭାଗ୍ୟ ଲାଭ କରି ସାରିଛନ୍ତି। ଏହାବାଦ ରାଜସ୍ଥାନରେ ମହିଳା କମିଶନ ସଦସ୍ୟ ଥିବା ବେଳେ ସେ ଗ୍ରାମାଞ୍ଚଳର ମହିଳାଙ୍କ ଉନ୍ନତି ପାଇଁ ବହୁ ପ୍ରୋଜେକ୍ଟ ହାତକୁ ନେଇ ପ୍ରଶଂସିତ ହୋଇଥିଲେ।

author

Related Articles

Leave a Reply

Your email address will not be published. Required fields are marked *