ପୋଲିସ ଗ୍ରାମବାସି ମଧ୍ୟରେ ମୁହାଁମୁହିଁ

ପୋଲିସ ଗ୍ରାମବାସି ମଧ୍ୟରେ ମୁହାଁମୁହିଁ

ଗଞ୍ଜାମ : କମ୍ପାନୀର  ପାଚେରୀ ନିର୍ମାଣକୁ ନେଇ ପୋଲିସ ଓ ଗ୍ରାମବାସୀ ମଧ୍ୟରେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଅନ୍ତର୍ଗତ ଟାଟା ଅଧିକୃତ ଜମିରେ ଥିବା ଦୀପକ ଫର୍ଟିଲାଇଜର କମ୍ପାନୀରେ । ଯାହାକୁ ବିରୋଧ କରି ପୋଲିସ ସହ ଆଲୋଚନା କରିବାକୁ ୫ଶହରୁ ଅଧିକ ମହିଳାମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ ପୋଲିସ ବ୍ୟାରିକେଟ ମଧ୍ୟ ଭାଙ୍ଗିଥିଲେ ଉତ୍ତେଜନାକାରୀ ମହିଳା  ।

ଯାହାକୁ ନେଇ ଦେଖାଦେଇଥିଲା ଚାପା ଉତେଜନା ।  ତେବେ ଏନେଇ ଉତ୍ତେଜନା ସ୍ଥଳରେ ୨୧ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି। ଧସ୍ତାଧସ୍ତି ବେଳେ ଘଟଣାସ୍ଥଳରୁ ୨୦ରୁ ଅଧିକ ଗ୍ରାମବାସୀଙ୍କୁ ଉଠାଇ ନେଇଥିଲା ପୋଲିସ ।  ଉଠାଇ ନେଇଥିବା ଲୋକଙ୍କୁ ଛାଡ଼ିବା ପାଇଁ ଗ୍ରାମବାସୀ ଜିଦ ଧରି ବସିଥିଲେ । ତେବେ ଉତ୍ତେଜନା ବେଳେ ପୋଲିସ ଉଠାଇଥିବା ଲୋକଙ୍କୁ ଛାଡିଲେ ଏ ବାବଦରେ  ପୋଲିସ ସହଆଲୋଚନା କରିବେ ବୋଲି ଗ୍ରାମବାସୀ ଜିଦ ଧରି ବସିଥିବା ଜଣାପଡ଼ିଛି।

author

Related Articles

Leave a Reply

Your email address will not be published. Required fields are marked *