ଅଜଣା ଗାଡ଼ିଧକ୍କାରେ କନେଷ୍ଟବଳଙ୍କ ମୃତୁ୍ୟ

ଅଜଣା ଗାଡ଼ିଧକ୍କାରେ କନେଷ୍ଟବଳଙ୍କ ମୃତୁ୍ୟ

ସମ୍ବଲପୁର : ଅଜଣା ଗାଡ଼ିଧକ୍କାରେ କନେଷ୍ଟବଳଙ୍କ ମୃତୁ୍ୟ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା  ୫୫ନଂ ଜାତୀୟ ରାଜପଥ ରେଢ଼ାଖୋଲ  ଚାରମାଳ ମଦଭାଟି ସାମ୍ନାରେ  । ସକାଳ ୧୦ ଟା ସମୟରେ ଘଟିଛି ଏହି ଦୁର୍ଘଟଣା ।  ମୃତ କନେଷ୍ଟବଳ ଜଣଙ୍କ ହେଲେ ରେଢ଼ାଖୋଲ ବ୍ଲକ୍ ଅନ୍ତର୍ଗତ କୁକୁଡ଼ାବାହାଲ ପଞ୍ଚାୟତ, ସାନନୁଆପଡା ୠାଁର ଦିଲିପ ସ୍ବାଇଁ ।  ମିଳିଥିବା ସୂଚନା ଅନୁଯାୟୀ ଦିଲିପ ସମ୍ବଲପୁର ଅବକାରୀ ବିଭାଗ ରେ  କନେଷ୍ଟବଳ ପଦବୀରେ କାର୍ୟ୍ୟରତ ଥିଲେ । 

ସେଠାରୁ ସେ କିଛି ଦିନପାଇଁ ଘରକୁ ଆସିଥିଲେ ହେଲେ । ଘରୁ ଡ୍ୟୁଟିକୁ  ବାହାରି ବାଇକ୍ରେ ସମ୍ବଲପୁର ଯାଉଥିବାବେଳେ ଚାରମାଳ ମଦଭାଟି ସାମ୍ନାରେ ଏକ ଅଜଣା ଗାଡି  ତାଙ୍କୁ ଧକ୍କା ଦେଇ ଫେରାର୍ ମାରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦିଲିପ୍ ଙ୍କ ମୃତ୍ୟୁ  ହୋଇଥିଲା  । ତେବେ ଚାରମାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ଡାକ୍ତରଖାନା କୁ ପଠାଇଛି ।

author

Related Articles

Leave a Reply

Your email address will not be published. Required fields are marked *