ପ୍ରେମିକାକୁ ହାଣି ଢାବା ଫ୍ରିଜରେ ରଖିଲା ଜହ୍ଲାଦ ପ୍ରେମିକ

ପ୍ରେମିକାକୁ ହାଣି ଢାବା ଫ୍ରିଜରେ ରଖିଲା ଜହ୍ଲାଦ ପ୍ରେମିକ

ନୂଆ ଦିଲ୍ଲୀ: ସାମ୍ନାକୁ ଆସିଲା ରାଜଧାନୀ ଦିଲ୍ଲୀରୁ ପୁଣି ଏକ ବିଭତ୍ସ ହତ୍ୟାକାଣ୍ଡ । ଶ୍ରଦ୍ଧା ଘଟଣାର ହେଲା ପୁନରାବୃତ୍ତି । ଦିଲ୍ଲୀର ଲଭ୍ ଲିଭ୍ ଇନ୍ ମର୍ଡର କେଶକୁ ନେଇ ଏବେ ସାରା ଦେଶରେ ଚାଞ୍ଚଲ୍ୟ । ବାହାଘର ଦିନ ପ୍ରେମିକାକୁ ମାରି ଢାବା ଫ୍ରିଜ୍ରେ ରଖିଲା ଜହ୍ଲାଦ ପ୍ରେମିକ । ପ୍ରେମିକା ନିକ୍କିକୁ ମାରିବା ପରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କଲା ପ୍ରେମିକ ଗେହଲଟ । ବୟଫ୍ରେଣ୍ଡ ସାହିଲର ବିବାହକୁ ନେଇ ଫେବୃୟାରୀ ୯ ତାରିଖ ସନ୍ଧ୍ୟାରେ ଉଭୟଙ୍କ ମଧ୍ୟରେ ଭୟଙ୍କର ଝଗଡ଼ା ହୋଇଥିଲା ।

ପରେ କାର୍ ଭିତରେ ମୋବାଇଲ ଚାର୍ଜର କେବୁଲରେ ନିକ୍କିଙ୍କ ଗଳା ଚିପି ସାହିଲ ହତ୍ୟା କରିଥିବା ଜଣାପଡ଼ଛି । କେବଳ ଏତିକି ନୁହେଁ ଗାଡ଼ିର ଆଗ ସିଟରେ ପ୍ରେମିକାର ଶବ ରଖି ଦିଲ୍ଲୀ ସହର ସାରା ବୁଲାଇଥିଲା ପ୍ରେମିକ। ଏହାପରେ ଓ୍ବେଷ୍ଟ ଦିଲ୍ଲୀରେ ଥିବା ନିଜ ଢାବା ଫ୍ରିଜରେ ନିକ୍କିଙ୍କ ଶବ ରଖିଥିଲା ଗେହଲଟ । ଏହାର ପରଦିନ ସନ୍ଧ୍ୟାରେ ସାହିଲ ଅନ୍ୟଜଣେ ଝିଅକୁ ବିବାହ କରିଥିଲା । ଏହି ଘଟଣାରେ ପୋଲିସ ସାହିଲଙ୍କୁ ଗିରଫ କରିବା ସହ ମଙ୍ଗଳବାର ଢାବା ଫ୍ରିଜ୍ରୁ  ମହିଳାଙ୍କ ଶରୀରର କଟାଖଣ୍ଡସବୁ ଉଦ୍ଧାର କରିଛି ।

author

Related Articles

Leave a Reply

Your email address will not be published. Required fields are marked *