ଜାତି ପ୍ରମାଣ ପତ୍ରପାଇଁ ଆବେଦନ କଲା କୁକୁର

ଜାତି ପ୍ରମାଣ ପତ୍ରପାଇଁ ଆବେଦନ କଲା କୁକୁର

ପାଟନା : ଆପଣମାନେ ଜାଣିଥିବେ ବର୍ତ୍ତମାନ ଯୁଗରେ ଜାତି ପ୍ରମାଣ ପତ୍ର ନିହାତି ଜରୁରୀ । ହେଲେ ଆପଣ ଜାଣିଛନ୍ତି କି କୁକୁର ବି ନିଜର ଜାତି ପ୍ରମାଣ ପତ୍ର ପାଇଁ ଆବେଦନ କରୁଛନ୍ତି । ଏହା ଶୁଣି ଆପଣଙ୍କୁୁ ଆଶ୍ଚର୍ଯ୍ୟ ଲାଗୁଥିବା ନା ହେଲେ ହଁ ଦର୍ଶକ ବନ୍ଧୁ ଏହା ସତ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

 ବିହାରର ଗୟାରୁ ଏହି ଅଜବ ଘଟଣା ସାମ୍ନାକୁ ଆସିଛି। ଜାତି ପ୍ରମାଣପତ୍ର ପାଇଁ ଟମି ନାମକ ଏକ କୁକୁର ଅବେଦନ କରିଥିବା ସରକାରୀ କାର‌୍ୟ୍ୟାଳୟ ପକ୍ଷରୁ କୁହାଯାଇଛି। ଗତ ଜାନୁୟାରୀ ୭ରୁ ୨୧ ତାରିଖ ପର‌୍ୟ୍ୟନ୍ତ ରାଜ୍ୟ ସରକାରଙ୍କ ତରଫରୁ ଜାତି ଭିତ୍ତିକ ଜନଗଣାନା ଆରମ୍ଭ କରାଯାଇଥିଲା। ତେବେ ବିହାରର ଅନେକ ଲୋକ ଜାତି ପ୍ରମାଣପତ୍ର ପାଇଁ ଆବଦେନ କରିଥିବାବେଳେ ଟମି ଏଥିରୁ ଜଣେ।

ଏନେଇ ଆଧାର କାର୍ଡର ଆବଶ୍ୟକତା ରହିଥିବାବେଳେ ଟମିର ଆଧାର କାର୍ଡର ଫଟୋ ମଧ୍ୟ ଅବେଦନ ସାଇଟ୍ରେ ଅପ୍ଲୋଡ୍ କରାଯାଇଛି। ଆଧାରକାର୍ଡରେ ଥିବା ତଥ୍ୟ ଅନୁସାରେ ଟମିର ଫଟୋ ଥିବାବେଳେ ବାପାଙ୍କ ନାଁ ଜାଗାରେ ଶେରୁ ଏବଂ ମା’ଙ୍କ ସ୍ଥାନରେ ଗିନ୍ନି ଲେଖା ହୋଇଛି। କେବଳ ଏତିକି ନୁହେଁ ପେସା ସ୍ଥାନରେ ଛାତ୍ର ଲେଖାଯାଇଛି। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଟମିର ଆଧାରକାର୍ଡ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

author

Related Articles

Leave a Reply

Your email address will not be published. Required fields are marked *