ଜାଡ଼ରେ ଥରୁଛି ଜି.ଉଦୟଗିରି

ଜାଡ଼ରେ ଥରୁଛି ଜି.ଉଦୟଗିରି

ଜାରି ରହିଛି ଶୀତ ଲହରୀ। ମାଘ ମାସରେ ବାଘ ଶୀତ।ଶୀତ ଋତୁ ସରି ଆସିବା ବେଳକୁ  କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଅଞ୍ଚଳରେ ଶୀତ ଓ ପ୍ରବଳ ଜାଡ଼ର ପ୍ରୋକୋପରେ ଅସହ୍ୟ ଜନ ଜୀବନ। ୩ ଦିନ ହେବ ମନୁଷ୍ୟ ଠାରୁ ଆରମ୍ଭ କରି ପଶୁ ପକ୍ଷୀ, ଜୀବ , ଜନ୍ତୁ ମଧ୍ୟ ଅତ୍ୟଧିକ ଜାଡ଼ ଯୋଗୁଁ ହନ୍ତ ସନ୍ତ ହେଉଛନ୍ତି।

ବିଭିନ୍ନ ସ୍ଥାନରେ ତୁଷାର ପାତ ସହିତ ପ୍ରବଳ କୁହୁଡ଼ି  ହୋଇଥିବା ଦେଖିବାକୁ ମିଳିଛି। ତେବେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ରହିଥିବା ବେଳେ ଶନିବାର ୩.୨, ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ସେଲସିୟସ  ରହିଥିଲା ।

କିଛି ଦିନର ବ୍ୟବଧାନ ପରେ ହଠାତ୍ ତାପମାତ୍ରା ହ୍ରାସ ହୋଇ ସ୍ଥାନୀୟ ଅଞ୍ଚଳରେ ଶୀତର ପ୍ରୋକୋପ ବୃଦ୍ଧି ପାଇଛି । ଯାହା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ତେବେ ବର୍ତ୍ତମାନ ହେଉଥିବା  ଥଣ୍ଡା ବର୍ଷର ଶୀତ ଋତୁରେ ଶେଷ ଶୀତ, ସେଥିପାଇଁ ଅଧିକ ଶିତ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।

author

Related Articles

Leave a Reply

Your email address will not be published. Required fields are marked *