ହାଇୱ। ଚାପାରେ ଶିଶୁପୁତ୍ର ମୃତ

ହାଇୱ। ଚାପାରେ ଶିଶୁପୁତ୍ର ମୃତ

ଗଜପତି :  ହାଇୱା ଚାପାରେ ୪ ବର୍ଷର ଶିଶୁପୁତ୍ର ମୃତ  । ଏଭଳି ଅଭାବନୀୟଘଟଣା ଘଟିଛି ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ମାଣିକପୁର ଗାଁ ହନୁମାନ ମନ୍ଦିର ନିକଟରେ   । ମିଳିଥିବା ସୂଚନା ଅନୁଯାୟୀ ଗାଁର କୁନା ପାଇକଙ୍କ ୪ ବର୍ଷର ପୁଅ ସାଇ ପାଇକ ଦାଦା ନରେନ୍ଦ୍ର ପାଇକଙ୍କ ସହ ନିକଟସ୍ଥ ଘାଇକୁ ଗାଧୋଇବା ପାଇଁ ଯିବାବେଳେ ଘଟିଛି ଅଘଟଣ । ହାିୱାଟି କିଡାସିଂ କ୍ରସରେ ପିଚୁ ଲୋଡ୍ କରି ବ୍ରହ୍ମଣୀଗାଁ ପଟକୁ ଦ୍ରୁତ ଗତିରେ ଯାଉଥିବାବେଳେ ଏକ କାରକୁ ଓଭରଟେକ କରିବାବେଳେ ସାଇଙ୍କ ଉପରେ ଚଢି ଯାଇଥିଲା  । ପରେ ପରିବାର ଲୋକେ ବାଇକ୍ ଯୋଗେ  ଶିଶୁଟିକୁ ଚନ୍ଦ୍ରଗିରି ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି  । ଘଟଣାସ୍ଥଳରେ ମୋହନା ପୋଲିସ ପହଂଚି ଘଟଣାର ତଦନ୍ତ ଚଳାଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *