I.N.D.I.A ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ମଲ୍ଲିକାର୍ଜୁନ ଖଡଗେ !

ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ମଲ୍ଲିକାର୍ଜୁନ ଖଡଗେ । ଗତକାଲି ଦିଲ୍ଲୀର ଅଶୋକା ହୋଟେଲରେ ଅନୁଷ୍ଠିତ ହୋଇଥିବା ବିରୋଧୀ ମେଣ୍ଟର ଚତୁର୍ଥ ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଥିଲେ । ଏହି ନିଷ୍ପତ୍ତିକୁ ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସମର୍ଥନ ଜଣାଇଥିଲେ ।


ଲୋକସଭା ନିର୍ବାଚନ ପାଇଁ ୫ଜଣ ସଦସ୍ୟ ବିଶଷ୍ଟ ନ୍ୟାଶନାଲ ଆଲାଏନ୍ସ କମିଟି ଗଠନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁସାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ପ୍ରସ୍ତାବ ଦେଇଛନ୍ତି ଟିଏମସି ମୁ୍ଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀୱାଲ ମଧ୍ୟ ମମତାଙ୍କ ପ୍ରସ୍ତାବରେ ସମର୍ଥନ ଜଣାଇଛନ୍ତି । ଲୋକସଭା ନିର୍ବାଚନ ପାଇଁ ଆସନ ଭାଗବଣ୍ଟା, ଜନସମ୍ପର୍କ ଯାତ୍ରା ଓ ମେଣ୍ଟ ପରି ଅନ୍ୟାନ୍ୟ କାର୍ଯ୍ୟକ୍ରମ ବାବଦରେ ଆଗାମୀ ୩ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଆରଜେଡି ସାଂସଦ ମନୋଜ ଝା । ବୈଠକରେ ଯାହା ନିଷ୍ପତ୍ତି ନିଆଯାଇଛି ତାହା ସର୍ବ ସହମତିରେ ନିଆଯାଇଥିବା କହିଛନ୍ତି ସାଂସଦ ଜୟନ୍ତ ଚୌଧୁରୀ । ସେହିପରି ଇଭିଏମ ଓ ସଂସଦରୁ ବିରୋଧୀ ସାଂସଦଙ୍କ ନିଲମ୍ବନ ଘଟଣା ଉପରେ ଚର୍ଚ୍ଚା କରାଯାଇଥିବା ସୂଚନା ଦିଆଯାଇଛି ।


ଅନ୍ୟପଟେ ଇଣ୍ଡିଆ ମେଣ୍ଟ ବୈଠକ ପୂର୍ବରୁ ବିହାର ରାଜଧାନୀ ପଟନାରେ ପୋଷ୍ଟର ଲଗାଇଲେ ନୀତୀଶ କୁମାରଙ୍କ ସମର୍ଥକ । ନୀତୀଶଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ପୋଷ୍ଟର ଲଗାଇ ଦାବି କରିଛନ୍ତି ସମର୍ଥକ । ପଟନାରେ ସ୍ଥାନେ ସ୍ଥାନେ ଏଭଳି ବିଶାଳ ପୋଷ୍ଟର ଓ ହୋଡିଂ ଦେଖିବାକୁ ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *