ଆଇଏସ୍ ଅଧିକାରୀ ନିଲମ୍ବିତ

ଆଇଏସ୍ ଅଧିକାରୀ ନିଲମ୍ବିତ

ଉତ୍ତରପ୍ରଦେଶ : ଆଇଏସ୍ ଅଧିକାରୀ ହେଲେ ନିଲମ୍ବିତ । ଏଭଳି ଘଟଣା ସାମ୍ନାକୁ ଆସିଛି ୟୁପିରୁ । ଅଫିସର ଜଣଙ୍କ ହେଉଛନ୍ତି ଅଭିଷେକ ସିଂହ । ତାଙ୍କୁ ଉପରିସ୍ଥ ଅଧିକାରୀ ନିଲମ୍ବିତ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଉପରିସ୍ଥ ଅଧିକାରୀଙ୍କୁ ନ ଜଣାଇ ଲମ୍ବା ଛୁଟିରେ ରହିଥିବାରୁ ତାଙ୍କ ଉପରେ କଡ଼ା କାର‌୍ୟ୍ୟାନୁଷ୍ଠାନ ନିଆଯାଇଛି ।

ତେବେ ପୂର୍ବରୁ ଅଭିଷେକ ଗୁଜୁରାଟ ନିର୍ବାଚନ ସମୟରେ ସୋସିଆଲ ମିଡିଆରେ ଫଟୋ ଅପଲୋଡ କରିବାକୁ ନେଇ ତାଙ୍କୁ ପଦରୁ ହଟାଇ ଦିଆଯାଇଥିଲା ।

୨୦୧୧ ବ୍ୟାଚର ଆଇଏଏସ ଥିଲେ ଅଭିଷେକ । ୨୦୧୫ରେ ଦିଲ୍ଲୀ ସରକାର ତାଙ୍କୁ ପ୍ରତିନିଯୁକ୍ତି ଦେଇଥିଲେ । ୨୦୧୮ରେ ଏହି ପ୍ରତିନିଯୁକ୍ତିକୁ ୨ ବର୍ଷ ବଢ଼ାଇ ଦେଇଥିଲେ । ଏହା ପରେ ସେ ୨ ବର୍ଷ ମେଡିକାଲ ଲିଭରେ ପଳାଇଥିଲେ । ଏଥିପାଇଁ ତାଙ୍କୁ ୨୦୨୦ ମସିହା ୧୯ ମାର୍ଚ୍ଚରେ ତାଙ୍କ ମୂଳ କ୍ୟାଡରକୁ ପଠାଇ ଦିଆଯାଇଥିଲା ।

ଏହା ପରେ ସେ ଲମ୍ବା ସମୟ ଛୁଟିରେ ରହିବା ପରେ ବି ୟୁପିରେ ଚାକିରିରେ ଯୋଗ ଦେଇନଥିଲେ । ତେବେ ତାଙ୍କର ଏପରି କାର‌୍ୟ୍ୟକଳାପକୁ ନଜରରେ ରଖି ଉପରିସ୍ଥ ଅଧିକାରୀ କଡ଼ା କାର‌୍ୟ୍ୟାନୁଷ୍ଠାନ ନେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *