ମୋଦୀ ଚାହିଁଲେ ୟୁକ୍ରେନରେ ବନ୍ଦ ହେବ ଯୁଦ୍ଧ

ମୋଦୀ ଚାହିଁଲେ ୟୁକ୍ରେନରେ ବନ୍ଦ ହେବ ଯୁଦ୍ଧ

ନୂଆଦିଲ୍ଲୀ : ଥମିବାର ନାଁ ନେଉନି ଋୁଷ- ୟୁକ୍ରେନ ଯୁଦ୍ଧ । ବର୍ଷେ ହେଲାଣି ଚାଲିଛି ଯୁଦ୍ଧ । ଏହାର ଅନ୍ତ କେବେ ହେବ ତାହା କେହି କହି ପାରୁନାହାନ୍ତି । ଏହାରି ଭିତରେ ଆମେରିକା କହିଛି ଯେ,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହିଁଲେ ଯୁଦ୍ଧ ରୋକି ପାରିବେ । ତାଙ୍କ ପାଖରେ ଏବେ ବି ସମୟ ଅଛି ସେ ଚାହିଁଲେ ଋଷ ୟୁକ୍ରେନ ଯୁଦ୍ଧ ବନ୍ଦ ହୋଇପାରିବ । ତେବେ ଏ ନେଇ ହ୍ବାଇଟ ହାଉସ ପ୍ରବକ୍ତାଙ୍କୁ ଯେତେବେଳେ ପଚରା ଯାଇଥିଲା, ଯୁଦ୍ଧ ରୋକିବାକୁ ମୋଦି ପୁଟିନଙ୍କୁ ବୁଝାଇବା ଉଚିତ କି?

ପ୍ରବକ୍ତା କହିଥିଲେ ଯେ, ଭାରତର ଏପରି ପ୍ରୟାସକୁ ଆମେରିକା ସମର୍ଥନ କରିବ । ପୁଟିନଙ୍କ ପାଖରେ ଏବେ ବି ସମୟ ଅଛି, ଯଦି ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ବୁଝାନ୍ତି ତାହାଲେ ଆମେରିକା ଏହାକୁ ସମର୍ଥନ କରିବ । ପରେ ହ୍ବାଇଟ ହାଉସ ପ୍ରବକ୍ତା କହିଥିଲେ ଯେ, ଏବେ ୟୁକ୍ରେନର ଯାହା ଅବସ୍ଥା ଏଥିପାଇଁ ପୁଟିନ ହିଁ ଦାୟୀ । ତେଣୁ ପୁଟିନ ଚାହିଁଲେ ଯୁଦ୍ଧ ରୋକିପାରିବେ ।

author

Related Articles

Leave a Reply

Your email address will not be published. Required fields are marked *