ତାତିଲା ବିଜେଡି : ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟକୁ ଅଣଦେଖା

ତାତିଲା ବିଜେଡି : ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟକୁ ଅଣଦେଖା

ଭୁବନେଶ୍ବର: କେନ୍ଦ୍ର ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟକୁ ଅଣଦେଖା ପ୍ରସଙ୍ଗରେ ତାତିଲା ବିଜେଡି । ରାଜ୍ୟ ପ୍ରତି କେନ୍ଦ୍ରର ଅବହେଳାକୁ ବିରୋଧ କରିଛି ବିଜେଡି । ତେବେ ଏନେଇ ଆସନ୍ତା ୧୫ ଓ ୧୬ ତାରିଖରେ ପଞ୍ଚାୟତ ଓ ବ୍ଲକ ସ୍ତରରେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ।

ଓଡ଼ିଶାବାସୀଙ୍କ ହକ ପାଇଁ ଲଢେଇ କରି କେନ୍ଦ୍ର ସରକାରଙ୍କ ଉପରେ ଦଳ ପକାଇବ ଚାପ ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର ।  କେବଳ ଏତିକି ନୁର୍ହେ କୋଭିଡ ଭଳି ମହାମାରି ସମୟରେ ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କ ୫ କେଜି ଚାଉଳ କାଟିଦେବା ଆଦୌ ଉଚିତ ନୁହେଁ ।

ଓଡ଼ିଶାରେ କେହି ଭୋକିଲା ରହିବେନି, କି ଭୋକରେ ଶୋଇବେନି । ହିତାଧିକାରୀଙ୍କୁ ଚାଉଳ ଯୋଗାଇଦେବା କଥା । କିନ୍ତୁ କେନ୍ଦ୍ର ଚାଉଳ ବନ୍ଦ କରିବା କେତେ ଦୂର ଠିକ୍ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ବିଧାୟକ ।

author

Related Articles

Leave a Reply

Your email address will not be published. Required fields are marked *