କାମାକ୍ଷାନଗର ମହୋତ୍ସବର ଶେଷ ସନ୍ଧ୍ୟା

କାମାକ୍ଷାନଗର ମହୋତ୍ସବର ଶେଷ ସନ୍ଧ୍ୟା

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରଙ୍ଗ ଧର ଷ୍ଟାଡିୟମ ପରିସରରେ ଫେବୃଆରୀ ୮ ତାରିଖ ଠାରୁ ୧୨ ତାରିଖ ପର୍ୟ୍ୟନ୍ତ କାମାକ୍ଷା ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛିଛି । ପ୍ରଥମ ଦିନରୁ କାମାକ୍ଷାନଗରର ପ୍ରତିଷ୍ଠିତ କଳାକାର ଓ ରାଜ୍ୟର ବିଭିନ୍ନ ସ୍ଥାନରୁ କଳାକାର ମାନଙ୍କ ଦ୍ୱାରା ଓ ସିନେ ତାରକା କଣ୍ଠଶିଳ୍ପୀ ଓ ବିଭିନ୍ନ ଡ୍ୟାନ୍ସ ଗ୍ରୁପ୍  ଅଂଶ ଗ୍ରହଣ କରି ମହୋତ୍ସବକୁ ଉତ୍ସାହିତ କରିଥିଲେ ।

ଆଜି ୧୨ ତାରିଖ ଦିନ ଅତିମ ଦିବସ ଓ ସନ୍ଧ୍ୟାରେ ଆୟୋଜିତ ଉତ୍ସବରେ ମହୋତ୍ସବର ସଭାପତି ତଥା ଉପଜିଲ୍ଲା ପାଳଙ୍କ ଦ୍ୱାରା ଆୟୋଜିତ ମହୋତ୍ସବରେ ମନ୍ତ୍ରୀ ପ୍ରଦୀପ କୁମାର ଅମାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମନ୍ତ୍ରୀ ରାଜେନ୍ଦ୍ର ଠୋଲକିଆ ,  ବି.ଡି.ଓ, ପଞ୍ଚାୟତ ରାଜ ସଚ୍ଚିବ, ଢେଙ୍କାନାଳ ସାଂସଦ, ଚଳଚ୍ଚିତ୍ର ଅଭିନେତା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ।

ଏହି ପରିପେକ୍ଷୀରେ କାମାକ୍ଷାନଗର ଉପଖଣ୍ଡରେ ଥିବା ବିଭିନ୍ନ ମନ୍ଦିର ପର୍ୟ୍ୟଟନ ସ୍ଥଳୀ ଓ ଐତିହ୍ୟ ସଂଗ୍ରାମୀ ମାଟିର ପୁର୍ନଉଦ୍ଧାର କରିବା ପାଇଁ ବିଭିନ୍ନ ବିଭାଗରୁ ୫୦ କୋଟି ଟଙ୍କା ଅନୁଦାନ ମିଳିଥିବା କମାକ୍ଷାନଗର ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲୀକ୍ ସୂଚନା ଦେଇଥିଲେ। ତେବେ ଦୀର୍ଘ ୫ ଦିନ ବ୍ୟାପି ହୋଇଥିବା କାମାକ୍ଷା ମହୋତ୍ସବକୁ ସାଂସଦ ମହେଶ ସାହୁ ଜାତୀୟ ମହୋତ୍ସବର ମାନ୍ୟତା ଦେଇଥିଲେ।

ଏହି ଉତ୍ସବର ମୁଖ୍ୟ ଆୟୋଜକ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ପରିଚାଳନା କରୁଥିବା ଉପଜିଲ୍ଲା ପାଳ ଜ୍ୟୋତି ଶଙ୍କର ସାହୁ ଙ୍କୁ ପ୍ରଶଂସା କରିବା ସହ ମଙ୍ଗଳ କାମନା କରିଥିଲେ। ଶେଷରେ  କାମାକ୍ଷା ମାଟିର ସାହିତ୍ୟ,ଉପନ୍ୟାସ କବିତା ଓ ପ୍ରବନ୍ଧ ଲେଖି ମହାମହିମ  ରାଜ୍ୟପାଳ ଙ୍କ ଠାରୁ ସମ୍ମାନିତ ହୋଇଥିବା ଡ. ପ୍ରଜ୍ଞା ପରମିତା ଦାଶଙ୍କୁ ମାନ ପତ୍ର ଓ ଉପ ଢୈ।କନ ଦେଇ ସମ୍ମାନିତ କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *