ଗୋପାଳ ସୁଟର କିନ୍ତୁ ହ୍ୟାଣ୍ଡଲର କିଏ ?

ଗୋପାଳ ସୁଟର କିନ୍ତୁ ହ୍ୟାଣ୍ଡଲର କିଏ ?

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡକୁ ପୁରିଲାଣୀ ୧୧ଦିନ । ସରିଲାଣୀ ଦଶତୁଠ କାମ । ପୁଅ ନିଜ ବାପାଙ୍କ ଅସ୍ଥି ବିର୍ସଜନ କରିସାରିଲାଣି । ଅଥଚ ନବ ଦାସଙ୍କୁ କାହିଁକି ପୋଲିସ ଏଏସଆଇ ଗୋପାଳ ଦାସ ଡ୍ୟୁଟିରେ ଥିବାବେଳେ ଗୁଳିମାରିଲା ତାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ସବୁଠି ପ୍ରଶ୍ନ ଉଠିଛି । ଗୋପାଳକୁ ରିମାଣ୍ଡ ପରେ ରିମାଣ୍ଡରରେ ନିଆଗଲେ ମଧ୍ୟ ସତ ଏଯାଏଁ ପଦାକୁ ନଆସିବା ଚିନ୍ତାର କାରଣ ପାଲଟିଛି ।

ଆଉ ଏପରି ସମୟରେ ରାଜ୍ୟ ସରକାରଙ୍କୁ ପୁଣିଥରେ ନିଶାନା କରିଛନ୍ତି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର । ଆଉ ସିଧାସିଧା ରାଜ୍ୟ ସରକାରଙ୍କ ଗୃହ ବିଭାଗ ଓ ପୋଲିସର କାର୍ୟ୍ୟକୁ ନେଇ ଉଠାଇଛନ୍ତି ପ୍ରଶ୍ନ ।

କେବଳ ଲମତିକି ନୁହେଁ ବିରୋଧୀ ଦଳ ନେତା  ଜୟନାରାୟଣ କହିଛନ୍ତି ଯେ, ନବ ଦାସଙ୍କ ହତ୍ୟାକାଣ୍ଡରେ ଗୋପାଳ କେବଳ ସୁଟର କିନ୍ତୁ ହ୍ୟାଣ୍ଡଲର କିଏ ତାର କାରଣ ଖୋଜୁନି ପୋଲିସ । ଏହା ପଛରେ ବହୁତ ବଡ଼ ବଡ଼ ମୁଣ୍ଡ ରହିଛି । ଗୋପାଳ ଦାସ କେବଳ ଜଣେ ସୁଟର କିନ୍ତୁ ହ୍ୟାଣ୍ଡଲର କିଏ ? ଆଉ  ତାର କାରଣ ଖୋଜିବା ପାଇଁ ପୋଲିସ ଚେଷ୍ଟା କରୁନି । ଓଡିଶା ପୋଲିସ ତଦନ୍ତ ନାଁ ରେ କେବଳ ଡ୍ରାମା କରୁଛି । ଗୋପାଳର ଆଜି ଦ୍ୱିତୀୟ ପର୍ୟ୍ୟାୟ ରିମାଣ୍ଡ ସରୁଥିବା ବେଳେ  ଏ ପର୍ୟ୍ୟନ୍ତ କୌଣସି ବି ତଥ୍ୟ କି କାରଣ ବାହାରି ପାରିଲାନି । ଲିଫାପୋତି କରି ଏହି ଘଟଣାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଚାପି ଦେବେ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି ।

ତେବେ ରାଜ୍ୟର ଜଣେ ଟାଣୁଆ ନେତା ତଥା ଜଣେ ମନ୍ତ୍ରୀଙ୍କୁ ଯେପରି ଭାବେ ଦିନଦ୍ୱିପହରରେ ହତ୍ୟା କରାଗଲା ତାହାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି । ଏପରିକି ବିରୋଧୀ ମଧ୍ୟ ଏହି ଘଟଣାରେ ରାଜ୍ୟ ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି । ତେବେ  ଘଟଣାର ଦିଗକୁ ଲକ୍ଷ୍ୟ କରାଗଲେ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ କ୍ରାଇମବ୍ରାଞ୍ଚ ସତ ଖୋଜି ବାହାର ନ କରିବାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି ।

author

Related Articles

Leave a Reply

Your email address will not be published. Required fields are marked *