ପର୍‌ବେଜ୍ ମୁଶାରଫ୍‌ଙ୍କ ପରଲୋକ

ପର୍‌ବେଜ୍ ମୁଶାରଫ୍‌ଙ୍କ ପରଲୋକ

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି  ପର୍‌ବେଜ୍ ମୁଶାରଫଙ୍କ ପରଲୋକ । ୟୁଏଇ ସ୍ଥିତ ଆମେରିକାନ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ ମୁଶାଫର । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ତେବେ ସେଠାକାର ସ୍ଥାନୀୟ  ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପରଭେଜ୍ ମୁଶାରଫ୍ଙ୍କ ଦେହାନ୍ତ ନେଇ ପରିବାର ଲୋକ ସୂଚନା ଦେଇଛନ୍ତି। ଅସୁସ୍ଥତା ଯୋଗୁଁ ୨ ସପ୍ତାହ ହେବ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ମୁଶାରଫଙ୍କ ମୃତ ଦେହକୁ ପାକିସ୍ତାନ ନିଆ ଯିବ କି ନାହିଁ ତାହା ଜଣାପଡ଼ି ନାହିଁ ।

୧୯୯୮ ମସିହାରେ ମୁଶାରଫ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ । ତତକାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ ତାଙ୍କୁ ତିନି ସେନାର ମୁଖ୍ୟ ଭାବେ ଦାୟିତ୍ୱ ଦେଇଥିଲେ । ପରେ ୧୯୯୯ ମସିହାରେ ନିର୍ବାଚିତ ନୱାଜ ସରିଫ୍ ସରକାରଙ୍କୁ ଗାଦିଚ୍ୟୁତ କରି କ୍ଷମତାକୁ ଆସିଥିଲେ ମୁଶାରଫ।

ଏହାପରେ ୨୦୦୧ରୁ ସେ ପାକିସ୍ତାନର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଥିଲେ । କେବଳ ସେତିକି ନୁହେଁ ୧୯୯୯ ମସିହାରେ ମୁଶାରଫ ଭାରତ ବିରୋଧରେ ବଡ଼ ଷଡ଼ଯନ୍ତ୍ର କରିଥିଲେ। କାରଗିଲରେ ଅନୁପ୍ରବେଶ କରିବା ଲାଗି ପାକିସ୍ତାନ ସେନାକୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ଭାରତ ମଧ୍ୟ ଏହାର କଡ଼ା ଜବାବ ଦେଇଥିଲା ଏବଂ କାରଗିଲ ଯୁଦ୍ଧରେ ଭାରତର ବିଜୟ ହୋଇଥିଲା।  ୨୦୦୭ ମସିହାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋଙ୍କୁ ହତ୍ୟା କରାଯିବା ଘଟଣାରେ ତାଙ୍କ ନାଁ ରହିଥିଲା। ମୁଶାରଫ ୮ ବର୍ଷ ହେଲା ଦୁବାଇରେ ରହି ଆସୁଥିଲେ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ହତ୍ୟା ମାମଲାରେ ମୁଶାରଫଙ୍କୁ ୨୦୧୬ରେ ପଳାତକ ଘୋଷଣା କରାଯାଇଥିଲା । ସେହି ପରଠାରୁ ସେ ଦୁବାଇରେ ରହି ଆସୁଥିଲେ। ୨୦୧୯ ମସିହାରେ ଦେଶଦ୍ରୋହ ମାମଲାରେ ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ପରେ ଏହି ଦଣ୍ଡାଦେଶ ପ୍ରତ୍ୟାହୃତ ହୋଇଥିଲା।

author

Related Articles

Leave a Reply

Your email address will not be published. Required fields are marked *