ରାଷ୍ଟ୍ରୀୟ ପରିଚୟପତ୍ର ଭାବେ ବ୍ୟବହାର ହେବ ପନକାର୍ଡ: ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ

ରାଷ୍ଟ୍ରୀୟ ପରିଚୟପତ୍ର ଭାବେ ବ୍ୟବହାର ହେବ ପନକାର୍ଡ: ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ

ନୂଆଦିଲ୍ଲୀ: ଆଗାମୀ ଦିନରେ ଦେଶରେ ପରମାନେଣ୍ଟ ଆକାଉଣ୍ଟ ନମ୍ବର ବା ପାନକାର୍ଡକୁ ରାଷ୍ଟ୍ରୀୟ ପରିଚୟପତ୍ର ଭାବେ ବ୍ୟବହାର କରାଯିବ ବୋଲି ସଂସଦରେ ବଜେଟ୍‍ ଉପସ୍ଥାପନ କରିବା ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ସବୁ ବିଭାଗରେ ସମସ୍ତ ପ୍ରକାରର ଡିଜିଟାଲ ବ୍ୟବସ୍ଥା କ୍ଷେତ୍ରରେ ପାନକାର୍ଡକୁ ଏକକ ବ୍ୟବସାୟିକ ପରିଚୟପତ୍ର ଭାବେ ଉପଯୋଗ କରାଯିବ। ଏହା ଫଳରେ ବ୍ୟବସାୟୀଙ୍କ ଉପରେ ଅନୁପାଳନ ଜନିତ ଭାର କମ୍‍ କରାଯାଇପାରିବ। ଏହି ସ୍ୱତନ୍ତ୍ର ରାଷ୍ଟ୍ରୀୟ ପରିଚୟପତ୍ର ଜରିଆରେ ସାଧାରଣ ସୂଚନା ଏବଂ କାଗଜପତ୍ରକୁ ସ୍ୱୟଂକ୍ରିୟଭାବେ କାର୍ଯ୍ୟରେ ଉପଯୋଗ କରାଯାଇପାରିବ। ଜଣଙ୍କୁ ବାରମ୍ବାର କାଗଜପତ୍ର ଜମା କରିବାରୁ ମୁକ୍ତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଏଥିନିମନ୍ତେ ଏକ ସମନ୍ୱିତ ବ୍ୟବସ୍ଥା ସଂସ୍ଥାପିତ କରାଯିବ।

ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ସଂସଦରେ ସାଧାରଣ ବଜେଟ୍ ଆଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବଜେଟ୍‌କୁ ଉନ୍ନତିମୂଳକ ବଜେଟ୍ ଏବଂ ଅମୃତକାଳର ଐତିହାସିକ ବଜେଟ୍ ଭାବେ ଅଭିହିତ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ବଜେଟରେ କିଛି ଭଲ ଦିଗ ରହିଛି ଯାହାକୁ ପ୍ରଶଂସା କରାଯିବା ଆବଶ୍ୟକ ଏବଂ କିଛି କିଛି ନିରାଶା ରହିଛି ଯାହାକୁ ଦୃଷ୍ଟିରେ ରଖି ଏହାର ସମାଧାନ କରାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

administrator

Related Articles

Leave a Reply

Your email address will not be published. Required fields are marked *