ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ପିଣ୍ଟୁ ନନ୍ଦ

ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ପିଣ୍ଟୁ ନନ୍ଦ

ଭୁବନେଶ୍ବର : ଅପରେସନ ପାଇଁ ଅଭିନେତା ପିଣ୍ଟୁ ନନ୍ଦ ଗଲେ ଦିଲ୍ଲୀ । ଓଖଠଝ ହସ୍ପିଟାଲରେ ପିଣ୍ଟୁ ଙ୍କର କରାଯିବ ଅପରେସନ । ତେବେ ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ସୂଚନା ଦେଇଛନ୍ତି ବରିଷ୍ଠ ଅଭିନେତା ଶ୍ରୀତମ ଦାସ । ବର୍ତ୍ତମାନ ସୁଦ୍ଧା ଦୁଇ ଜଣ ଲିଭର ଡୋନର ମଧ୍ୟ  ସ୍ଥିର ହୋଇଥିବା ଜଣାପଡ଼ିଛି ।

ଦିଲ୍ଲୀରେ ପହଞ୍ଚିବା ପରେ ଚିକିତ୍ସା ଆରମ୍ଭ ହେବ। ବ୍ୟୟବହୁଳ ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକତା ଥିବା ବେଳେ ସହାୟତା ପାଇଁ ଶୁଭେଛୁ ଓ କଳାକାରମାନେ ହାତ ବଢାଇଥିବା ଜଣାପଡ଼ିଛି। ତେବେ ସମସ୍ତେ ପିଣ୍ଟୁଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *