ଆରବିଆଇ ଦେଲା ଝଟ୍‌କା

ଆରବିଆଇ ଦେଲା ଝଟ୍‌କା

ନୂଆଦିଲ୍ଲୀ : ଦେଶର ଜନତାଙ୍କୁ ଲାଗିଛି ଏକ ବଡ଼ ଝଟକା । ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ ପୁଣି ଥରେ ରେପୋ ରେଟ୍ ବୃଦ୍ଧି କରିଛି । ତେବେ ଆରବିଆଇର ଏହି ଘୋଷଣା ଫଳରେ ଗ୍ରାହକଙ୍କ ପାଇଁ ଏଣିକି କାର ଓ ହୋମ ଲୋନ ଆହୁରି ହେବ ମହଙ୍ଗା । ଆରବିଆଇ ରେପୋ ରେଟ୍ ୦.୨୫ ପ୍ରତିଶତ ବୃଦ୍ଧି କରିଥିବା ଜଣାପଡ଼ିଛି ।

ତେବେ ବର୍ତ୍ତମାନ ଦେଶରେ ମହଙ୍ଗା ଦର ହ୍ରାସ ପାଇଥିବା ବେଳେ ଆରବିଆଇ ରେପୋ ରେଟ ହାର ବୃଦ୍ଧି ଘୋଷଣା କରିଛି । ଏହି ଘୋଷଣା ପରେ ରେପୋ ରେଟ୍ ଏବେ ୬.୨୫ରୁ ବୃଦ୍ଧି ପାଇ ୬.୫୦ ପ୍ରତିଶତରେ ପହଞ୍ଚିଛି । ଅର୍ଥାତ ହୋମ ଲୋନଠାରୁ ଆରମ୍ଭ କରି ଅଟୋ ଓ ପର୍ସନାଲ ଲୋନ ସବୁକିଛି ଏବେ ମହଙ୍ଗା ହେବ। ଗ୍ରାହକଙ୍କୁ ପୂର୍ବଅପେକ୍ଷା ଏଣିକି ଅଧିକ ଇଏମଆଇ ଭରିବାକୁ ପଡ଼ିବ ।

ନିକଟରେ ଦେଶର ସାଧାରଣ ବଜେଟ ଆଗତ ହୋଇଥିବା ବେଳେ ଆଜି ଅନୁଷ୍ଠିତ ହୋଇଥିବା ଆରବିଆଇର ମୁଦ୍ରା ନୀତି ବୈଠକରେ ଏ ବାବଦରେ ନିଷ୍ପତ୍ତି ନିଆଯାଇଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ତିନିଦିନିଆ ଏମପିସି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରିଛନ୍ତି । ରେପୋ ରେଟ୍ ୨୫ ବେସିସ ପଏଣ୍ଟ ବୃଦ୍ଧି ନେଇ ଏକ୍ସପର୍ଟମାନେ ପୂର୍ବାନୁମାନ କରିଥିଲେ । କରିସାରିଲାଣି । ରେପୋ ରେଟର ଏହି ବୃଦ୍ଧି ପ୍ରସ୍ତାବକୁ ଏମପିସି ବୈଠକର ୬ ସଦସ୍ୟଙ୍କ ମଧ୍ୟରୁ ୪ ଜଣ ସମର୍ଥନ କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *