SBIର ବ୍ରାଣ୍ଡ ଆମ୍ବାସଡର ହେଲେ ମହେନ୍ଦ୍ର ସିଂ ଧୋନୀ

SBIର ବ୍ରାଣ୍ଡ ଆମ୍ବାସଡର ହେଲେ ମହେନ୍ଦ୍ର ସିଂ ଧୋନୀ

ଭାରତୀୟ ଷ୍ଟେଟବ୍ୟାଙ୍କ ତରଫରୁ ଆସିଛି ବଡ ଖବର ।  ଭାରତୀୟ ଷ୍ଟେଟ ବ୍ୟାଙ୍କ ଦିପାବଳୀ ପୂର୍ବରୁ କିକ୍ରେଟ ଖେଳାଳୀ ମହେନ୍ଦ୍ର ସିଂ ଧୋନୀଙ୍କୁ ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତି ମିଳିଛି । ପବ୍ଲିକ ସେକ୍ଟରରେ ସବୁଠାରୁ ବଡ ବ୍ୟାଙ୍କ ତରଫରୁ ରବିବାର ଦିନ ଏହା ଘୋଷଣା କରାଯାଇଛି । ବ୍ୟାଙ୍କ ତରଫରୁ ଧୋନୀ ମାର୍କେଟିଂ ଓ ବିଜ୍ଞାପନ ଦାୟିତ୍ୱ ସମ୍ଭାଳିବେ ବୋଲି କୁହାଯାଇଛି । ଅଧ୍ୟକ୍ଷ ଦିନେଶ ଖାରା କହିଛନ୍ତି ଧୋନୀଙ୍କୁ ବ୍ରାଣ୍ଡ ଆମ୍ବାସଡର ଭାବେ ସାମିଲ କରି ଆମେ ବେଶ ଗର୍ବିତ । ଏହି ନିଷ୍ପତ୍ତି ଭାଗିଦାରୀ, ଲକ୍ଷ୍ୟ, ବିଶ୍ୱାସ, ଅଖଣ୍ଡତା ଓ ଅତୁଟ ସମର୍ପଣ ସହିତ ରାଷ୍ଟ୍ର ଓ ଆମ ଗ୍ରାହକଙ୍କ ସେବା କରିବାର ପ୍ରତିବଦ୍ଧତାକୁ ମଜବୁତ କରିବ ବୋଲି ସେ କହିଛନ୍ତି । ସମ୍ପତ୍ତି, ଶାଖା, ଡିପୋଜିଟ ଗ୍ରାହକ ଓ କର୍ମଚାରୀ ମାମଲାରେ ଦେଶର ସବୁଠାରୁ ବଡ ବ୍ୟବସାୟୀକ ବ୍ୟାଙ୍କ ହେଉଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । ଏହାସହ ଏସବିଆଇ ଦେଶର ସବୁଠାରୁ ବଡ ଋଣଦାତା ବ୍ୟାଙ୍କ ମଧ୍ୟ ଅଟେ ।

author

Related Articles

Leave a Reply

Your email address will not be published. Required fields are marked *