SC କରିବେ ଶୁଣାଣି

SC କରିବେ ଶୁଣାଣି

ନୂଆଦିଲ୍ଲୀ : ଆଦାନି ଗ୍ରୁପକୁ ନେଇ ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପ୍ରସଙ୍ଗ । ଜଣେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତିଙ୍କ ନେତୃତ୍ୱରେ ଏକ ତଦନ୍ତ କମିଟି ଗଠନ କରିବା ସକାଶେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ନେଇ ଆଗତ ପିଟିସନର ଶୁକ୍ରବାର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ଶିଳ୍ପପତି ଗୌତମ ଆଦାନୀ ନେତୃତ୍ବାଧୀନ ବ୍ୟାବସାୟିକ ସାମ୍ରାଜ୍ୟ ପ୍ରସଙ୍ଗରେ ହିଣ୍ଡେନବର୍ଗ ଯେଉଁ ରିପୋର୍ଟ ଦେଇଥିଲା ତାହାକୁ ନେଇ ଷ୍ଟକ ମାର୍କେଟ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ହଇଚଇ ସୃଷ୍ଟି ହୋଇଥିଲା ।

ଏହାର ଜରୁରୀ ଶୁଣାଣି ଲାଗି କୋର୍ଟ ନିକଟରେ ଆବେଦନ କରିଥିଲେ ଆଡଭୋକେଟ ବିଶାଳ ତିଓ୍ବାରୀ । କେବଳ ଏତିକି ନୁହେଁ ଏହାସହ ବଡ଼ ବଡ଼ କର୍ପୋରେଟ ମାନଙ୍କୁ ୫୦୦ କୋଟିରୁ ଅଧିକ ଟଙ୍କାର ଋଣ ପ୍ରଦାନ କ୍ଷେତ୍ରରେ ମଞ୍ଜୁରୀ ନୀତିକୁ ଅନୁଧ୍ୟାନ କରିବା ଲାଗି ଏକ ସ୍ବତନ୍ତ୍ର କମିଟି ଗଠନ ପାଇଁ ମଧ୍ୟ ଆବେଦନ କରିଛନ୍ତି ତିଓ୍ବାରୀ ।

ଆମେରିକା ଭିତ୍ତିକ ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚର ନାଥନ ଆଣ୍ଡରସନଙ୍କ ନାମରେ ମାମଲା ରୁଜୁ ଲାଗି ଆଡଭୋକେଟ ଏମଏଲ ଶର୍ମା ଏକ ଜନସ୍ୱାର୍ଥ ମାମଲା ରୁଜୁ କରିବାର କିଛି ଦିନ ପରେ ଆଡଭୋକେଟ ତିଓ୍ବାରୀ ଏହି ମାମଲା ରୁଜୁ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *