SMSରେ ଆସିବ ଦଶମ ରେଜଲ୍ଟ

SMSରେ ଆସିବ ଦଶମ ରେଜଲ୍ଟ

ରାଜ୍ୟରେ ବେଶ୍ ଜମୁଛି ନିର୍ବାଚନର ମାହୋଲ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରିରହିଛି । ହେଭିୱେଟ ନେତାମାନଙ୍କର ଭାଗ୍ୟ ପରୀକ୍ଷା ଚାଲିଛି । ଏହାରି ଭିତରେ ପରୀକ୍ଷାର୍ଥୀ ମାନଙ୍କ ପାଇଁ ଆସିଯାଇଛି ଖୁସି ଖବର । ଆସନ୍ତାକାଲି ଅର୍ଥାତ 26 ତାରିଖରେ ପ୍ରକାଶ ପାଇବାକୁ ଯାଉଛି ଦଶମ ଓ ଯୁକ୍ତ ଦୁଇ ପରୀକ୍ଷାଫଳ । ରାଜ୍ୟରେ ଗୋଟିଏ ପଟେ ହେଭିୱେଟ ନେତାମାନଙ୍କ ଭାଗ୍ୟ ପରୀକ୍ଷା ଚାଲିଥିବାବେଳେ ଆଉ ଗୋଟିଏ ପଟେ ଆସନ୍ତାକାଲି ପରୀକ୍ଷାର୍ଥୀ ମାନଙ୍କ ଭାଗ୍ୟ ପରୀକ୍ଷା ହେବ । ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଉଭୟ ଦଶମ  ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଉଛି ।  ସକାଳ 10 ଟା 30ରେ ମ୍ୟାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ ଓ 11.30 ସୁଦ୍ଧା ଛାତ୍ରଛାତ୍ରୀ ମାନେ ୱେଟସାଇଟରେ ରେଜଲ୍ଟ ଦେଖିପାରିବେ । ଚଳିତଥର କିଛି ନୂଆ ହେବାକୁ ଯାଉଛି ଦିନ 4.30 ସୁଦ୍ଧା ଛାତ୍ରଛାତ୍ରୀମାନେ ୱେବସାଇଟରେ ନିଜ ଡିଜିଟାଲ ସାର୍ଟିଫିକେଟ ଡାଉନଲୋଡ କରିପାରିବେ । ଯଦି ଇଣ୍ଟରନେଟ ସୁବିଧା ନାହିଁ ତେବେ  ଏସଏମଏସ ମାଧ୍ୟମରେ ନିଜ ରେଜଲ୍ଟ ଜାଣିପାରିବେ । ଅନ୍ୟପଟେ ଅପରାହ୍ନ 3ଟା ସମୟରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଅର୍ଥାତ ସିଏଚଏସି ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ । ଚଳିତଥର ଏକାଥରକେ ଯୁକ୍ତ 2ଦୁଇ କଳା,ବାଣିଜ୍ୟ,ବିଜ୍ଞାନ ଓ ଧନ୍ଦାମୂଳକ ବିଜ୍ଞାନର ରେଜଲ୍ଟ ପ୍ରକାଶ ପାଇବ । ତେବେ ଏଥର ଯୁକ୍ତ ଦୁଇରେ ତିନ ଲକ୍ଷରୁ ଉର୍ଦ୍ଦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *