ସୋସାଇଟ ଧାନ ନ ନେବାରୁ ସମ୍ପାଦକଙ୍କୁ ଘେରାଉ

ସୋସାଇଟ ଧାନ ନ ନେବାରୁ ସମ୍ପାଦକଙ୍କୁ ଘେରାଉ

ଗଞ୍ଜାମ : ସୋସାଇଟରେ ଧାନ ନ ନେବାରୁ ଏହାକୁ ପ୍ରତିବାଦ କରି ସମ୍ପାଦକଙ୍କୁ ଘୋରଉ କଲେ ଚାଷୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା  ପୁରୁଷତ୍ତୋମପୁର ବ୍ଲକ୍ ବଡ଼ଖରିଡ଼ା ଗାଁ ସୋସାଇଟିରେ ।  ଏ ନେଇ ରବିବାର ଦିନ ୧୧ଟା ସମୟରେ  ବଡ଼ ଖରିଡ଼ା ଗାଁର ଚାଷୀମାନେ ସମ୍ପାଦକଙ୍କୁ ଘେରାଉ କରିଥିବା ବେଳେ  ଯୋଗାଣ ଅଧିକାରୀଙ୍କୁ ଏ ବାବାଦରେ  ମଧ୍ୟ ଅବଗତ କରାଇଥିଲେ । ତେବେ ସମ୍ପାଦକଙ୍କ କହିବା କଥା  ୬୧୫ ଜଣ ଚାଷୀଙ୍କ ନାମ ପଞ୍ଜିକରଣ ହୋଇଥିବା ବେଳେ ସମସ୍ତଙ୍କ ଟୋକେନ ଆସିନି ।  ଟୋକେନ ଆସିଲେ  ଧାନ ନିଆ ଯିବ । ଏହାଉପରେ ମୁଁ ସମସ୍ତଙ୍କୁ ଜଣାଇଛି ।

ଏପଟେ  ଚାଷୀ ନେତା ଓ ଅନ୍ୟାନ୍ୟ ମହିଳା ଚାଷୀଙ୍କ ସହ ଚାଷୀ ମାନେ ମଧ୍ୟ କାଳେଶ୍ଵର ସୋସାଇଟିକୁ ବାରମ୍ବାର ଆସି ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିନଥିଲା । ଫଳରେ   ବାଧ୍ୟ ହୋଈ ଆମେ ସୋସାଇଟି ସମ୍ପାଦକଙ୍କୁ ଅଟକ ରଖିଛୁ ବୋଲି କହିଛନ୍ତି । ଯଦି ୭ ଦିନ ମଧ୍ୟରେ ଧାନ ନଉଠା ଯାଏ ତେବେ ରାସ୍ତା ରୋକ କରିବା ସହିତ ସମ୍ପାଦକଙ୍କୁ ମଧ୍ୟ ସୋସାଇଟି ଘର ମଧ୍ୟରେ ରଖି ଚାବି ପକାଇ ଦେବୁ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି। ତେବେ କେବେ ଏହି ଚାଷୀଙ୍କ ଧାନ ନିଆଯିବ ଓ ସେମାନେ କରିଥିବା ଧାର କରଜ କେବେ ସୁଝିବେ ତାହା ଉପରେ ସମସ୍ତଙ୍କ ନଜର ।

author

Related Articles

Leave a Reply

Your email address will not be published. Required fields are marked *