ଭିଆରଓ ଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ

ଭିଆରଓ ଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମୂଖ୍ୟ ଳୟ ବିଶ୍ଵନାଥପୁର ସ୍ଥିତ ଭିଆରଓ ଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ ଇଯାଇଛି। ଭିଆରଓର ଓଡ଼ିଶା ନିର୍ଦ୍ଦେଶକ ଫାଦର ଜର୍ଜ ଏନ୍ତୋନୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା କାର‌୍ୟ୍ୟକ୍ରମ ।

ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇଥିବା ବେଳେ ମୂଖ୍ୟ ବକ୍ତା ଲାଞ୍ଜିଗଡ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରରୀ ପଦ୍ମଲୋଚନ ସୁନା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଧାୟକ, ପୁର୍ବତନ ଉପାଧ୍ୟକ୍ଷ ତଥା ପାହାଡ଼ ପଦର ସମିତି ସଭ୍ୟ,ବିଶ୍ଵନାଥ ପୁର ସରପଂଚ, ସମିତି ସଭ୍ୟ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ କୃତି ଅର୍ଜନ କରିଥିବା ଶିଶୁମାନଙ୍କୁ ଦିଗଦର୍ଶନ ଦେଇ ଉତ୍ସାହ କରିଥିଲେ।

ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଏହି କାର‌୍ୟ୍ୟକ୍ରମ ଦକ୍ଷିଣ ଓଡ଼ିଶା ସର୍କଲ ସଂଯୋଜିକା ପରିଚାଳନା କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *