ଟି-୨୦ ଦଳକୁ ଫେରିଲେ ରୋହିତ ଶର୍ମା ଓ ବିରାଟ କୋହଲି । ବର୍ଷେ ପରେ ଟି-୨୦ ମ୍ୟାଚ୍ ଖେଳିବେ କ୍ୟାପ୍ଟେନ୍ ରୋହିତ ଶର୍ମା ଓ ବିରାଟ କୋହଲି। ଆଫଗାନିସ୍ତାନ ବିପକ୍ଷ ତିନି ଟିକିଆ ସିରିଜ ପାଇଁ ଟିମ୍ ଘୋଷଣା କଲା ବିସିସିଆଇ । ଆସନ୍ତା ୧୧ ତାରିଖରୁ ୧୭ ତାରିଖ ମଧ୍ୟରେ ଖେଳାଯିବ ମ୍ୟାଚ୍ । ପ୍ରଥମ ମ୍ୟାଚ ଜାନୁଆରୀ ୧୧ ତାରିଖରେ ମୋହାଲିରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ ୧୪ ତାରିଖରେ ଇନ୍ଦୋରରେ ଓ ତୃତୀୟ ତଥା ଶେଷ ମ୍ୟାଚ୍ ୧୭ ତାରିଖରେ ବେଙ୍ଗାଲୁରୁରେ ଖେଳାଯିବ । ତେବେ ଦଳରେ ବିରାଟ ଏବଂ ରୋହିତଙ୍କ ସମେତ ଶୁବମନ ଗିଲ, ଜୟସ୍ୱାଲ, ତିଲକ ବର୍ମା, ରିଙ୍କୁ ସିଂ, ଜିତେଶ ଶର୍ମା, ସଂଜୁ ସାମସନ, ଶିଭମ୍ ଦୁବେ, ଅର୍ଶଦୀପ ସିଂ, ଅଭେଶ ଖାନ, ମୁକେଶ କୁମାର, ସ୍ପିନର ରବି ବିଷ୍ଣୋୟୀ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ ଓ କୁଳଦୀପ ଯାଦବ ସାମିଲ ଅଛନ୍ତି।
You can share this post!
author
Related Articles
ପ୍ରଥମେ କାଣ୍ଡ କର ପରେ କ୍ଷମା ପ୍ରାର୍ଥନା
- September 24, 2024
ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ହେଲେ ଗୌତମ ଗମ୍ଭୀର
- July 10, 2024
କହୁ କହୁ ବଡ କଥା କହିଦେଲେ ମୋଦି…
- July 1, 2024