ଏହି ଜୋତା ପିନ୍ଧନ୍ତୁ ଆଉ ମୋ ସହ ପଦଯାତ୍ରାରେ ସାମିଲ ହୁଅନ୍ତୁ,କିଛି ଏଭଳି ଆହ୍ୱାନ ଦେଲେ YS ଶର୍ମିଲା

ଏହି ଜୋତା ପିନ୍ଧନ୍ତୁ ଆଉ ମୋ ସହ ପଦଯାତ୍ରାରେ ସାମିଲ ହୁଅନ୍ତୁ,କିଛି ଏଭଳି ଆହ୍ୱାନ ଦେଲେ YS ଶର୍ମିଲା

ନୂଆଦିଲ୍ଲୀ: ଯୁବରାଜ ଶ୍ରମିକ୍ ରାୟଥୁ ତେଲେଙ୍ଗାନା ପାର୍ଟି (YSTRP) ସଭାପତି ୱାଇଏସ ଶର୍ମିଲା ଗୁରୁବାର ଗଣମାଧ୍ୟମ ସମ୍ମୁଖରେ ଏକ ଜୋତା ବାକ୍ସ ଦେଖାଇଥିଲେ। ସେ କହିଛନ୍ତି, ‘ଏହି ଜୋତା ମୁଖ୍ୟମନ୍ତ୍ରୀ କେ.ସି.ଆର ଙ୍କ ପାଇଁ।ତେବେ ମାଧ୍ୟମ ଆଗରେ ଏଭଳି ଜୋତା ଦେଖାଇବା ପଛରେ ମଧ୍ୟ ରହସ୍ୟ ରହିଛି । ସେ ଏହି ଜୋତା ଦେଖାଇ କହିଛନ୍ତି ଯେ ମୁଁ ଏହି ଜୋତା ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ଚାହୁଁଚି ଯାହା ଦ୍ଵାରା ସେ ମୋର ପଦଯାତ୍ରାର ଅନ୍ତିମ ଦିନରେ ମୋ ସହିତ ଯୋଗ ଦେବେ। ମୁଁ ତାଙ୍କୁ ଚ୍ୟାଲେଞ୍ଜ କରୁଛି । ଆଜିଠାରୁ ମୋର ପଦଯାତ୍ରା ଆରମ୍ଭ ହେଉଛି । ମୁଁ ତାଙ୍କୁ ଯୋଗଦେବାକୁ ଆହ୍ୱାନ କରୁଛି ।

ଶର୍ମିଲା କହିଛନ୍ତି, ମୁଁ ବଙ୍ଗାରୁ ତେଲେଙ୍ଗାନା ’ପର୍ଯ୍ୟନ୍ତ ଯାତ୍ରା କରୁଛି । ଯାତ୍ରା କୁ ନେଇ ମୋର କୌଣସି ସମସ୍ୟା ନାହିଁ କିନ୍ତୁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ମୋ ସହ ଏକ ପଦଯାତ୍ରା ଯିବା ଉଚିତ୍। ଯଦି ତାଙ୍କ ଅନୁଯାୟୀ ରାଜ୍ୟରେ କୌଣସି ଅସୁବିଧା ନାହିଁ, ତେବେ ମୁଁ ରାଜନୀତିରୁ ଅବସର ନେବି। କିନ୍ତୁ ଯଦି ଏହା ସତ୍ୟ ନୁହେଁ, ତେବେ କେସିଆରଙ୍କୁ ଇସ୍ତଫା ଦେବାକୁ ପଡ଼ିବ ଏବଂ ରାଜ୍ୟବାସୀଙ୍କୁ କ୍ଷମା ମାଗିବାକୁ ପଡ଼ିବ। ”ଜଣେ ଦଳିତଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଉଚିତ ବୋଲି ଶର୍ମିଲା ତାଙ୍କ ପ୍ରତିଶ୍ରୁତି ବିଷୟରେ ମଧ୍ୟ କହିଛନ୍ତି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ କେସିଆର ଅନେକ ପ୍ରତିଶ୍ରୁତି ଦେଇଛି କିନ୍ତୁ ସେ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି। ତେଣୁ ଏହିଯାତ୍ରାରେ ଯୋଗଦେଇ ସେ ଲୋକ ମାନଙ୍କ ସମସ୍ୟା ବିଷୟରେ ବୁଝିବା ଆବଶ୍ୟକ ଯାହା ସେ ବାସ୍ତବରେ କରୁନାହାନ୍ତି ।

ବାସ୍ତବରେ, ଶର୍ମିଲା ଟିଆରଏସ କର୍ମଚାରୀଙ୍କ ତରଫରୁ ତାଙ୍କ ପାର୍ଟି କର୍ମଚାରୀଙ୍କ ବିରୋଧରେ ତଥା ତାଙ୍କ ଉପରେ ହୋଇଥିବା ଆକ୍ରମଣ ବିରୁଦ୍ଧରେ ଏକ ପଦଯାତ୍ରା କରୁଛନ୍ତି। ସୂଚାନମୂତାବକ YS ଶର୍ମିଲା ହେଉଛନ୍ତି କଂଗ୍ରେସ ନେତା YS ରାଜ ଶେଖର ରେଡ୍ଡୀଙ୍କ ଝିଅ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ଭଉଣୀ। ଶର୍ମିଲାଙ୍କ ଶୈଳୀ ତାଙ୍କ ପିତାଙ୍କ ଭଳି। ସେ ୨୦୨୧ ରେ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ। ଏହା ପରେ ସେ ତେଲେଙ୍ଗାନାରେ ନିଜର ପାର୍ଟି ଘୋଷଣା କରିଥିଲେ। ଶର୍ମିଲା ଦକ୍ଷିଣରେ ଏକ ଜନପ୍ରିୟ ନେତା ଭାବରେ ଜଣାଶୁଣା। ଏହାପୂର୍ବରୁ ୨୦୧୩ ରେ ଶର୍ମିଲା ଆନ୍ଧ୍ରପ୍ରଦେଶରେ ଏକ ପଦଯାତ୍ରା ବାହାର କରିଥିଲେ।

administrator

Related Articles

Leave a Reply

Your email address will not be published. Required fields are marked *